୧୮ ଲକ୍ଷ ଟଙ୍କା ଲୁଟ୍‌ର ପର୍ଦ୍ଦାଫାସ; ଅଭିଯୋଗକାରୀ ହିଁ ଅଭିଯୁକ୍ତ

ଆଠଗଡ଼(ନିଳକଣ୍ଠ ଦୋରା): ଅଭିଯୋଗକାରୀ ହିଁ ଅଭିଯୁକ୍ତ। ୧୮ ଲକ୍ଷ ଟଙ୍କା ଲୁଟ୍‌ କରିବା ପରେ ନିଜେ ଅଭିଯୋଗକାରୀ ସାଜି ପୁଲିସ୍‌ ନିକଟକୁ ଯାଇଥିଲା। ହେଲେ ପୁଲିସ୍‌ ପ୍ରଶ୍ନର ସମ୍ମୁଖୀନ ହୋଇ ନ ପାରି ୨୪ ଘଣ୍ଟା ମଧ୍ୟରେ ଓଗାଳିଦେଲା ସତ। ଖୋଦ ଅଭିଯୋଗକାରୀ ଘରୁ ହିଁ ପୁଲିସ୍‌ ଲୁଟ୍‌ ହୋଇଥିବା ୧୮ ଲକ୍ଷ ଟଙ୍କା ଜବତ କରିଛି। ନିଜେ ବିଛାଇଥିବା ଜାଲ୍‌ରେ ପଡ଼ି ଏବେ ପୁଲିସ୍‌ କବଜାରେ ଅଭିଯୋଗକାରୀ।  ଗତକାଲି ସଂଘଟିତ ମିଛ ଲୁଟ୍‌ର ପର୍ଦ୍ଦାଫାସ କରିଛି ଆଠଗଡ଼ […]

khuntuni-1

Niharika Rout
  • Published: Wednesday, 30 October 2019
  • , Updated: 30 October 2019, 02:43 PM IST

ଆଠଗଡ଼(ନିଳକଣ୍ଠ ଦୋରା): ଅଭିଯୋଗକାରୀ ହିଁ ଅଭିଯୁକ୍ତ। ୧୮ ଲକ୍ଷ ଟଙ୍କା ଲୁଟ୍‌ କରିବା ପରେ ନିଜେ ଅଭିଯୋଗକାରୀ ସାଜି ପୁଲିସ୍‌ ନିକଟକୁ ଯାଇଥିଲା। ହେଲେ ପୁଲିସ୍‌ ପ୍ରଶ୍ନର ସମ୍ମୁଖୀନ ହୋଇ ନ ପାରି ୨୪ ଘଣ୍ଟା ମଧ୍ୟରେ ଓଗାଳିଦେଲା ସତ। ଖୋଦ ଅଭିଯୋଗକାରୀ ଘରୁ ହିଁ ପୁଲିସ୍‌ ଲୁଟ୍‌ ହୋଇଥିବା ୧୮ ଲକ୍ଷ ଟଙ୍କା ଜବତ କରିଛି।

ନିଜେ ବିଛାଇଥିବା ଜାଲ୍‌ରେ ପଡ଼ି ଏବେ ପୁଲିସ୍‌ କବଜାରେ ଅଭିଯୋଗକାରୀ।  ଗତକାଲି ସଂଘଟିତ ମିଛ ଲୁଟ୍‌ର ପର୍ଦ୍ଦାଫାସ କରିଛି ଆଠଗଡ଼ ପୁଲିସ୍‌। ପୁଲିସ୍‌  ଲୁଟ୍‌ର ମାଷ୍ଟର ମାଇଣ୍ଡକୁ ଗିରଫ କରିବା ପରେ ଏହି ମାମଲା ଉପରୁ ପରଦା ହଟିଛି।

ଗତକାଲି କଟକ ଆଠଗଡ଼ ରାଧାକିଶୋରପୁର ନିକଟରୁ ୧୮ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏକ ଗୁଟଖା କମ୍ପାନିର ମାର୍କେଟିଂ ମ୍ୟାନେଜର ଭାବେ କାମ କରୁଥିବା ସନ୍ତୋଷ ରାଜ ଏନେଇ ଅଭିଯୋଗ କରିଥିଲେ ।  ୪ ଜଣ ଲୁଟେରା ତାଙ୍କୁ ମାଡ଼ ମାରିବା ସହ ୧୮ ଲକ୍ଷ ଟଙ୍କା ଲୁଟି ନେଇଥିବା ସେ  ପୁଲିସ୍‌କୁ  ଜଣାଇଥିଲେ । ମାତ୍ର ପୁଲିସ୍‌ ତାଙ୍କୁ  ଗୁଡ଼େଇ ତୁଡ଼େଇ ପଚରା ଉଚରା କରିବା ପରେ ତାଙ୍କ ବୟାନରେ ତାଳମେଳ ରହିନଥିଲା । ପୁଲିସ୍‌ ସନ୍ଦେହରେ ଖୋଳତାଡ଼ କରିବା ପରେ ସନ୍ତୋଷ ହିଁ ଟଙ୍କା ରଖିଥିବା କଥା ଜଣାପଡ଼ିଥିଲା । ପୁଲିସ୍‌ ଚଢ଼ଉ କରି ସନ୍ତୋଷ ରାଜଙ୍କ ଘରୁ ୧୮ ଲକ୍ଷ ଟଙ୍କା ଜବତ କରିଛି।

Related story