ବ୍ୟବସାୟୀ ଶିବସୁନ୍ଦର ଦାସଙ୍କୁ ଅପହରଣ ଘଟଣା, ସିସିଟିଭି ଫୁଟେଜରେ ସୁରାକ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ବ୍ୟବସାୟୀ ଶିବସୁନ୍ଦର ଦାସଙ୍କୁ ଅପହରଣ ଘଟଣାର ପୁଲିସକୁ ସିସିଟିଭି ଫୁଟେଜ୍ ମିଳିଛି। ଏହି ଫୁଟେଜ ଆଧାରରେ ଅପରାଧୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି କମିଶନରେଟ୍ ପୁଲିସ। ଶୁକ୍ରବାର ରାତିରେ ଆଇଆରସି ଭିଲେଜ ଅଞ୍ଚଳରେ ରହୁଥିବା ଶିବସୁନ୍ଦର ଘର ବାହାରେ କାର୍‌ରେ ଶୋଇଥିଲେ। ୬ ଜଣ ଦୁର୍ବୃତ୍ତ ଗୋଟିଏ ଇନୋଭାରେ ଆସି ଗାଡ଼ି ପାଖରେ ରହିଥିଲେ। ତା’ପରେ ତାଙ୍କ ଗାଡ଼ିରେ ପଶି ଅପହରଣ କରିନେଇଥିଲେ। ରାସ୍ତାରେ ଯିବାବେଳେ ବାଣୀବିହାର ଓଭରବ୍ରିଜ୍‌ ଉପରେ RTO […]

cctv-1

Tapas Behera
  • Published: Sunday, 09 June 2019
  • , Updated: 09 June 2019, 05:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ବ୍ୟବସାୟୀ ଶିବସୁନ୍ଦର ଦାସଙ୍କୁ ଅପହରଣ ଘଟଣାର ପୁଲିସକୁ ସିସିଟିଭି ଫୁଟେଜ୍ ମିଳିଛି। ଏହି ଫୁଟେଜ ଆଧାରରେ ଅପରାଧୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି କମିଶନରେଟ୍ ପୁଲିସ।

ଶୁକ୍ରବାର ରାତିରେ ଆଇଆରସି ଭିଲେଜ ଅଞ୍ଚଳରେ ରହୁଥିବା ଶିବସୁନ୍ଦର ଘର ବାହାରେ କାର୍‌ରେ ଶୋଇଥିଲେ। ୬ ଜଣ ଦୁର୍ବୃତ୍ତ ଗୋଟିଏ ଇନୋଭାରେ ଆସି ଗାଡ଼ି ପାଖରେ ରହିଥିଲେ। ତା’ପରେ ତାଙ୍କ ଗାଡ଼ିରେ ପଶି ଅପହରଣ କରିନେଇଥିଲେ।

ରାସ୍ତାରେ ଯିବାବେଳେ ବାଣୀବିହାର ଓଭରବ୍ରିଜ୍‌ ଉପରେ RTO ଚେକିଂ ହେଉଥିବା ଦେଖି ଗାଡ଼ି ବ୍ରେକ୍‌ ମାରିବାରୁ ଦୁଇ ଗାଡ଼ି ମଧ୍ୟରେ ଧକ୍କା ହୋଇଯାଇଥିଲା। ଏତିକିବେଳେ ପଛରୁ ଆସୁଥିବା ଟ୍ରକ୍‌ ଦୁଇ ଗାଡ଼ିକୁ ଧକ୍କା ଦେଇଥିଲା। ଏହା ପରେ ଦୁର୍ବୃତ୍ତମାନେ ଗାଡ଼ି ଛାଡ଼ି ପଳାଇଥିଲେ। ସହିଦନଗର ପୁଲିସ ପହଞ୍ଚି ୨ ଗାଡ଼ିକୁ ସହିଦନଗର ଥାନାକୁ ଆଣିଥିଲେ ଦୁଇ କାରରୁ ଗୋଟିଏ ମାଉଜର, ଗୋଟିଏ ଦେଶୀ ବନ୍ଧୁକ ଓ ଗୋଟିଏ ଅଫୁଟା ଗୁଳି ଜବତ କରିଛି ପୁଲିସ୍‌।

Related story