ଗାଁ ମୁଣ୍ଡ ଆମ୍ୱ ଗଛରେ ଝୁଲୁଛି ଭାଇ-ଭଉଣୀଙ୍କ ମୃତଦେହ

ବାରିପଦା(ମାଣିକଲାଲ ପାଣି): ଗାଁ ମୁଣ୍ଡ ଆମ୍ୱ ଗଛରେ ଝୁଲୁଛି ଭଇ-ଭଉଣୀଙ୍କ ମୃତଦେହ। ସେମାନେ ସମ୍ପର୍କୀୟ ଭାଇ ଓ ଭଉଣୀ। ତେବେ ସେମାନେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ବୁଧବାର ରାତିରେ ବେତନଟୀ ଥାନା ଲୋଧାସାହିର ବିଶ୍ୱାଳ ଭକ୍ତାଙ୍କ ଝିଅ ସୀମା(୧୪) ମାଆଙ୍କୁ ଖାଇବାକୁ ଦେଇଥିଲେ। […]

hanging

Manoranjan Sial
  • Published: Thursday, 25 November 2021
  • , Updated: 25 November 2021, 04:59 PM IST

ବାରିପଦା(ମାଣିକଲାଲ ପାଣି): ଗାଁ ମୁଣ୍ଡ ଆମ୍ୱ ଗଛରେ ଝୁଲୁଛି ଭଇ-ଭଉଣୀଙ୍କ ମୃତଦେହ। ସେମାନେ ସମ୍ପର୍କୀୟ ଭାଇ ଓ ଭଉଣୀ। ତେବେ ସେମାନେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ବୁଧବାର ରାତିରେ ବେତନଟୀ ଥାନା ଲୋଧାସାହିର ବିଶ୍ୱାଳ ଭକ୍ତାଙ୍କ ଝିଅ ସୀମା(୧୪) ମାଆଙ୍କୁ ଖାଇବାକୁ ଦେଇଥିଲେ। ମାଆ ଖାଉଥିବା ବେଳେ କୌଣସି କାମ ଅଛି ବୋଲି କହି ସୀମା ଘର ବାହାରକୁ ଯାଇଥିଲେ। ଝିଅ ଘରକୁ ଆସିଛି ବୋଲି ଭାବି ବିଶ୍ୱାଳଙ୍କ ସ୍ତ୍ରୀ ଖାଇସାରି ଶୋଇ ପଡ଼ିଥିଲେ। ଠିକ୍‌ ସେମିତି ସୀମାଙ୍କ ମଉସା ପୁଅ ରାଜୁ(୧୬) ଖାଇ ଘରୁ ପଳାଇ ଆସିଥିଲେ। ଉଭୟ ଘରକୁ ଫେରିନଥିଲେ।

ଗୁରୁବାର ସକାଳେ ଗାଁ ପାଖ କେନାଲ ପାର୍ଶ୍ଵ ଆମ୍ବଗଛରେ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମଳିଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୃଥକ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Related story