- Videos
- Odisha
- ୮୩ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
୮୩ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
- Published: Sunday, 01 April 2018
- , Updated: 01 April 2018, 02:06 PM IST
<p>କଟକ(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ପୋଲିସ ପାଳୁଛି ୮୩ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ସହ ଆୟୋଜିତ ପରେଡ୍‌ରେ ମିଳିତ ଅଭିବାଦନ ଗ୍ରହଣ କରିଥିଲେ। ଉଲ୍ଲେଖନୀୟ ସେବା ପାଇଁ କେତେକ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।</p>
<p>ସେହିପରି ବାଲେଶ୍ୱର ପୋଲିସ ଲାଇନ ପଡ଼ିଆରେ ୮୩ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏସ୍‌ପି ବି. ଯୁଗଳ କିଶୋର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ୬ଜଣ ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଉରକେଲାରେ ୮୩ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସ୍‌ପି ଉମାଶଙ୍କର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୨୦୧୭-୧୮ ଲାଗି ରାଉରକେଲା ପୋଲିସର ଶ୍ରେଷ୍ଠ ସବ୍ ଇନ୍ସପେକ୍ଟର ଭାବେ ବିକାଶ ସ୍ୱାଇଁ ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଭାବେ ନାରାୟଣ ଦଳାଇ ପୁରସ୍କୃତ ହୋଇଛନ୍ତି।</p>