ପଥର ମାଡ଼ରେ ପୋଲିସ ବାବୁ ଲହୁଲୁହାଣ

Ordigital Desk
  • Published: Tuesday, 29 May 2018
  • , Updated: 29 May 2018, 10:31 AM IST
<p>ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାସ୍ତା ଅବରୋଧ ହଟାଇବାକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଗୋବିନ୍ଦପୁର ଅଞ୍ଚଳରୁ। ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଗୋବିନ୍ଦପୁରର ଜଣେ ଟ୍ରକ ଡ୍ରାଇଭରଙ୍କୁ ତପ୍ତପାଣି ଅଞ୍ଚଳର ୨ଜଣ ଯୁବକ ମାଡ଼ ମାରିଥିଲେ। ଟ୍ରକ୍ ଡ୍ରାଇଭରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଗୋବିନ୍ଦପୁର ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଫଳରେ ଗୋବିନ୍ଦପୁର-ଚକରାପଲି ରାସ୍ତାରେ ଗାଡିମଟର ଅଟକି ଥିଲା।</p> <p>ଖବର ପାଇ ପୋଲିସ ରାସ୍ତା ଅବରୋଧ ହଟାଇବାକୁ ଯାଇଥିଲା। ଲୋକେ ପୋଲିସକୁ ଦେଖିବା ମାତ୍ରେ ଢେଲାପଥର ମାଡ ମାରିବା ଆରମ୍ଭ କରିଦେଇଥିଲେ। ଏଥିରେ ୩ଜଣ ପୋଲିସ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଛନ୍ତି ଏଏସ୍&zwnj;ଆଇ ଗୋଲକ ଚନ୍ଦ୍ର ପଲାଇ ଓ ଏସ୍ଆ&zwnj;ଇ ପି.କେ ପ୍ରଧାନ।</p>

Related story