ରାଇମୋହନଙ୍କ ଦୁଇ ଝିଅ, ପତ୍ନୀ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭେଟ୍‌ରାନ୍‌ ଅଭିନେତା ରାଇମୋହନ ପରିଡ଼ା କାହିଁକି କଲେ ଆତ୍ମହତ୍ୟା? ଏହା ଉପରୁ ପର୍ଦ୍ଦା ହଟୁନଥିବା ବେଳେ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଏହିରି ଭିତରେ ଆଜି କମିଶନରେଟ୍‌ ପୁଲିସର ୪ ଜଣିଆ ଟିମ୍‌ ମୃତ ରାଇମୋହନଙ୍କ ପ୍ରାଚୀ ବିହାର ସ୍ଥିତ ଘରେ ପହଞ୍ଚିଛି। ରାଇମୋହନଙ୍କ ଦୁଇ ଝିଅ ଓ ପତ୍ନୀ, ଜ୍ୱାଇଁ ଏବଂ ପୁତୁରାଙ୍କୁ ପଚରାଉଚରା କରିଛି ପୁଲିସ୍‌। ରାଇମୋହନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? କାହିଁକି ଆତ୍ମହତ୍ୟା କଲେ ରାଇମୋହନ? […]

Police

Manoranjan Sial
  • Published: Saturday, 25 June 2022
  • , Updated: 25 June 2022, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭେଟ୍‌ରାନ୍‌ ଅଭିନେତା ରାଇମୋହନ ପରିଡ଼ା କାହିଁକି କଲେ ଆତ୍ମହତ୍ୟା? ଏହା ଉପରୁ ପର୍ଦ୍ଦା ହଟୁନଥିବା ବେଳେ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ତେବେ ଏହିରି ଭିତରେ ଆଜି କମିଶନରେଟ୍‌ ପୁଲିସର ୪ ଜଣିଆ ଟିମ୍‌ ମୃତ ରାଇମୋହନଙ୍କ ପ୍ରାଚୀ ବିହାର ସ୍ଥିତ ଘରେ ପହଞ୍ଚିଛି। ରାଇମୋହନଙ୍କ ଦୁଇ ଝିଅ ଓ ପତ୍ନୀ, ଜ୍ୱାଇଁ ଏବଂ ପୁତୁରାଙ୍କୁ ପଚରାଉଚରା କରିଛି ପୁଲିସ୍‌। ରାଇମୋହନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? କାହିଁକି ଆତ୍ମହତ୍ୟା କଲେ ରାଇମୋହନ? କେଉଁ ପରିସ୍ଥିତିରେ ଏଭଳି ଚରମ ନିଷ୍ପତ୍ତି ନେଲେ ରାଇମୋହନ? କୌଣସି ପାରିବାରିକ ଅଶାନ୍ତି ଯୋଗୁ ଏଭଳି ଆତ୍ମହତ୍ୟା କଲେ କି ରାଇମୋହନ? ଏଭଳି ଅନେକ ପ୍ରଶ୍ନ ପୁଲିସ ପଚାରିଥିବା ଚର୍ଚ୍ଚା ହେଉଛି।

ଶୁକ୍ରବାର ରାଇମୋହନଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି। ଓଲିଉଡ୍‌, ଯଲିଉଡ୍‌ ଡ୍ରାମାରେ ସକ୍ରିୟ ଥିବା ଜଣେ ବରିଷ୍ଠ କଳାକାର କାହିଁକି ଆତ୍ମହତ୍ୟା କରିବ? ରାଇମୋହନଙ୍କ ମୃତ୍ୟୁ ପରେ ଏପରି କଳ୍ପନାଜଳ୍ପନା ଲାଗି ରହିଛି।

Related story