ଗୁଳିମାଡ... ରଞ୍ଜିତା ଓ ସୁଶାନ୍ତଙ୍କୁ ଜେରା କଲା ପୋଲିସ

କଟକ (ଓଡ଼ିଶା ରିପୋର୍ଟର): କଟକ ସୁଭଦ୍ରାପୁରରେ ବାଲିଘାଟ ମାଲିକ ବିଜନ ପାଲଙ୍କୁ ଗୁଳିମାଡ ମାମଲାରେ ସୁଶାନ୍ତ ଧଳସାମନ୍ତ ଓ କଟକ ମହାନଗର ନିଗମର ନିଲମ୍ବିତ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ମାରାଥନ ଜେରା କରିଛି ପୋଲିସ। କଟକ ମହିଳା ଥାନାରେ ରଞ୍ଜିତାଙ୍କୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା।  ସେହିପରି ଆଜି ଦ୍ୱିତୀୟାର୍ଦ୍ଧରେ ସଦର ଥାନା ପୋଲିସ ସୁଶାନ୍ତ ଧଳସାମନ୍ତଙ୍କୁ ଜେରା କରିଥିଲା ୫ଜଣିଆ ପୋଲିସ ଟିମ୍ । ଉଭୟଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ । […]

k-9888

Rakesh Mallick
  • Published: Wednesday, 14 March 2018
  • , Updated: 15 March 2018, 07:43 AM IST

କଟକ (ଓଡ଼ିଶା ରିପୋର୍ଟର): କଟକ ସୁଭଦ୍ରାପୁରରେ ବାଲିଘାଟ ମାଲିକ ବିଜନ ପାଲଙ୍କୁ ଗୁଳିମାଡ ମାମଲାରେ ସୁଶାନ୍ତ ଧଳସାମନ୍ତ ଓ କଟକ ମହାନଗର ନିଗମର ନିଲମ୍ବିତ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ମାରାଥନ ଜେରା କରିଛି ପୋଲିସ। କଟକ ମହିଳା ଥାନାରେ ରଞ୍ଜିତାଙ୍କୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା।  ସେହିପରି ଆଜି ଦ୍ୱିତୀୟାର୍ଦ୍ଧରେ ସଦର ଥାନା ପୋଲିସ ସୁଶାନ୍ତ ଧଳସାମନ୍ତଙ୍କୁ ଜେରା କରିଥିଲା ୫ଜଣିଆ ପୋଲିସ ଟିମ୍ । ଉଭୟଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ ।

ଏହି ଜେରାରୁ ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାଗ୍ ମିଳିଥିବା ଜଣାପଡିଛି । ସୁଶାନ୍ତ ଓ ରଞ୍ଜିତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ।  ଉଭୟଙ୍କୁ ସାମ୍ନାସାମ୍ନି ବସାଇ ତଥ୍ୟ ହାସଲ କରିବାକୁ କମିଶନରେଟ୍ ପୋଲିସ ଯୋଜନା କରିଛି।  ଡି ବ୍ରଦର୍ସଙ୍କ ସହ ସଂପୃକ୍ତି ଅଭିଯୋଗରେ ଗତ ୭ ତାରିଖରେ ସିଏମସି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରିଥିଲା ପୋଲିସ୍ । ୪ଜଣଙ୍କୁ ହତ୍ୟା ପାଇଁ ରଞ୍ଜିତା ସୁପାରି କିଲରଙ୍କୁ ଗୁଳି ଓ ବନ୍ଧୁକ ଦେଇଥିବା ପ୍ରମାଣ ପାଇଥିଲା ପୋଲିସ୍।

Related story