ପୋଲିସ ଓ ମାଓବାଦୀ ଗୁଳିବିନିମୟ: ବହୁ ମାଓ ସାମଗ୍ରୀ ଜବତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଲୁଂଗା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗତକାଲି ଗୁଳିବିନିମୟ ହୋଇଥିଲା।  ଏହି ଜଙ୍ଗଲରେ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲିଥିବା ନେଇ ଖବର ପାଇବା ପରେ ଏସପି ଅନିରୁଦ୍ଧ ସିଂହଙ୍କ ନେତୃତ୍ୱରେ ପୋଲିସ ଓ ଏସଓଜି ଯବାନ ଚଢ଼ଉ କରିଥିଲେ।  ପୋଲିସକୁ ଦେଖି ମାଓବାଦୀମାନେ ଗୁଳିମାଡ଼ କରିଥିଲେ। ଫଳରେ ପୋଲିସ ପାଲଟା ଜବାବ ଦେବାରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ।  ସେଠାରୁ ବହୁ ଗୁଳିଗୁଳା ଓ ମାଓ ସାମଗ୍ରୀ ଜବତ କରାଯାଇଛି।  […]

police-maoist exchange firing

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 02:48 PM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଲୁଂଗା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗତକାଲି ଗୁଳିବିନିମୟ ହୋଇଥିଲା।  ଏହି ଜଙ୍ଗଲରେ ମାଓବାଦୀଙ୍କ ଏକ କ୍ୟାମ୍ପ ଚାଲିଥିବା ନେଇ ଖବର ପାଇବା ପରେ ଏସପି ଅନିରୁଦ୍ଧ ସିଂହଙ୍କ ନେତୃତ୍ୱରେ ପୋଲିସ ଓ ଏସଓଜି ଯବାନ ଚଢ଼ଉ କରିଥିଲେ।  ପୋଲିସକୁ ଦେଖି ମାଓବାଦୀମାନେ ଗୁଳିମାଡ଼ କରିଥିଲେ।

ଫଳରେ ପୋଲିସ ପାଲଟା ଜବାବ ଦେବାରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ।  ସେଠାରୁ ବହୁ ଗୁଳିଗୁଳା ଓ ମାଓ ସାମଗ୍ରୀ ଜବତ କରାଯାଇଛି।  ପୋଲିସ ଗୁଳିରେ ମଧ୍ୟ କିଛି ମାଓବାଦୀ ଆହତ ହୋଇଥିବା ନେଇ ସୂଚନା ମିଳିଛି।  ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

Related story