ଜମିଜମା ବିବାଦରୁ ଗଡ଼ିଥିଲା ମୁଣ୍ଡ, ଡିଲ୍‌ ହୋଇଥିଲା ୫୦ ଲକ୍ଷ

ବାଲେଶ୍ୱର(ରଞ୍ଜିତ ପାକଳ): ବ୍ୟବସାୟିକ ଶତ୍ରୁତାର ଗଡ଼ିଥିଲା ମୁଣ୍ଡ। ଆଉ ଏଥିପାଇଁ ଦିଆଯାଇଥିଲା ସୁପାରୀ। ଯୋଜନା ମୁତାବକ ଜମି ବ୍ୟବସାୟୀ ତଥା ସତ୍ୟମ୍‌ ଡେଭଲ୍‌ପର୍ସ ମାଲିକ ରମେଶ ବେହେରା ଓରଫ ନୁନୁଙ୍କୁ ଡାକି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଜମିମଜା ବିବାଦରୁ ରମେଶଙ୍କୁ ହତ୍ୟା କରାଯାଇଥିବା ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଏହି ମାମଲାରେ ମୁଖ୍ୟଅଭିଯୁଙ୍କ ସହ ୭ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ବାଲେଶ୍ୱର ଏସ୍‌ପି ଶ୍ରୀ ମିଶ୍ର […]

Balasore-Crime

Manoranjan Sial
  • Published: Friday, 03 September 2021
  • , Updated: 03 September 2021, 07:29 PM IST

ବାଲେଶ୍ୱର(ରଞ୍ଜିତ ପାକଳ): ବ୍ୟବସାୟିକ ଶତ୍ରୁତାର ଗଡ଼ିଥିଲା ମୁଣ୍ଡ। ଆଉ ଏଥିପାଇଁ ଦିଆଯାଇଥିଲା ସୁପାରୀ। ଯୋଜନା ମୁତାବକ ଜମି ବ୍ୟବସାୟୀ ତଥା ସତ୍ୟମ୍‌ ଡେଭଲ୍‌ପର୍ସ ମାଲିକ ରମେଶ ବେହେରା ଓରଫ ନୁନୁଙ୍କୁ ଡାକି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଜମିମଜା ବିବାଦରୁ ରମେଶଙ୍କୁ ହତ୍ୟା କରାଯାଇଥିବା ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଏହି ମାମଲାରେ ମୁଖ୍ୟଅଭିଯୁଙ୍କ ସହ ୭ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ବାଲେଶ୍ୱର ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି-“ରମେଶ ବେହେରା ଜଣେ ବିଲ୍‌ଡର। ଜମିଜମାକୁ ନେଇ ତାଙ୍କ ସହିତ ଗଣେଶ୍ୱରପୁର ଅଞ୍ଚଳର ଚିତ୍ତରଞ୍ଜନ ପାଣିଗ୍ରାହୀ ଓରଫ ଟୁନାଙ୍କର ବିବାଦ ଲାଗି ରହିଥିଲା। ରମେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଚିତ୍ତରଞ୍ଜନ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିଲେ। ମାତ୍ର ସୁଯୋଗ ପାଉନଥିଲେ। ପରେ ସେ ଅଚ୍ୟୁତପୁର ରଞ୍ଜନ ସାହୁ ଓ ଶ୍ରୀକୃଷ୍ଣପୁର ଗାଁର ଶମ୍ଭୁନାଥ ବିଶୋଇ ଓରଫ ସୁରଜଙ୍କ ସହିତ ମିଶି ୫୦ ଲକ୍ଷ ଟଙ୍କାର ସୁପାରି ଡିଲ କରିଥିଲେ। ଏପରିକି ଅଗ୍ରୀମ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଦେଇଥିଲେ। ହତ୍ୟାକାଣ୍ଡ ପରେ ବାକି ଟଙ୍କା ଦେବାକୁ କହିଥିଲେ।”

ଗତ ୨୮ ତାରିଖ ସନ୍ଧ୍ୟା ବେଳେ ଅଭିଯୁକ୍ତମାନେ ରମେଶଙ୍କୁ ନିଜ ସତ୍ୟନଗର ପ୍ଲଟକୁ ଡାକି ନେଇଥିଲେ। ଅନ୍ଧାରର ସୁଯୋଗ ନେଇ ତାଙ୍କୁ ସେଠାରେ ଅତି ବୀଭତ୍ସ୍ୟ ଭାବେ ହତ୍ୟା କରିଥିଲେ। ରମେଶକୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ। ଏହି ଘଟଣା ବାଲେଶ୍ୱରରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ସୋଶାଲ୍‌ ମିଡ଼ିଆରୁ ଖବର ପାଇ ଶିଳ୍ପାଞ୍ଚଳର ଥାନା ପୁଲିସ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ପହଞ୍ଚିଥିଲା। ପୁଲିସ ସେଠାରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହତ୍ୟାର ବ୍ୟବହୃତ ମାରଣାସ୍ତ୍ର, ରକ୍ତଭିଜା ୪୨ ହଜାର ଟଙ୍କା ସହ ଦୁଇଟି କାର, ଗୋଟିଏ ଅଟୋ ଓ ଦୁଇଟି ବାଇକ ଜବତ କରିଥିଲା। ହତ୍ୟାକାଣ୍ଡ ଘଟିବାର ୭ ଦିନ ପରେ ପୁଲିସ ଘଟଣା ଉପରୁ ପର୍ଦ୍ଦା ହଟାଇଛି। ମୁଖ୍ୟଅଭିଯୁକ୍ତ ଚିତ୍ତରଞ୍ଜନଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story