ପୁଲିସ୍‌-ଡନ୍ ମୁହାଁମୁହିଁ

ପାରାଦୀପ(ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା କଙ୍କରଡିଆ ରାସ୍ତାରେ ପୁଲିସ୍ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛି। ତା’ ନାଁ ବିକ୍ରମ ପାଲ ଓରଫ୍ ଡନ୍। ବିକ୍ରମର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ଗୋଟିଏ ପିସ୍ତଲ, ବାଇକ୍ ଓ ଗୋଟିଏ ଖୋକା ଜବତ କରିଛି ପୁଲିସ୍ । ଗତକାଲି ବିଳମ୍ବିତ ରାତିରେ ବାଲିତୁଠ କଙ୍କରଡ଼ିଆ ରାସ୍ତାରେ ଡନ୍‌ ବାଇକ୍‌ରେ ଯାଉଥିବା ନେଇ ପୁଲିସ୍‌  ଖବର ପାଇଥିଲା। […]

donmmm

Tapaswini Nayak
  • Published: Monday, 05 August 2019
  • , Updated: 05 August 2019, 09:57 AM IST

ପାରାଦୀପ(ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା କଙ୍କରଡିଆ ରାସ୍ତାରେ ପୁଲିସ୍ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛି। ତା’ ନାଁ ବିକ୍ରମ ପାଲ ଓରଫ୍ ଡନ୍। ବିକ୍ରମର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ଗୋଟିଏ ପିସ୍ତଲ, ବାଇକ୍ ଓ ଗୋଟିଏ ଖୋକା ଜବତ କରିଛି ପୁଲିସ୍ ।

ଗତକାଲି ବିଳମ୍ବିତ ରାତିରେ ବାଲିତୁଠ କଙ୍କରଡ଼ିଆ ରାସ୍ତାରେ ଡନ୍‌ ବାଇକ୍‌ରେ ଯାଉଥିବା ନେଇ ପୁଲିସ୍‌  ଖବର ପାଇଥିଲା। ସଙ୍ଗେସଙ୍ଗେ ପୁଲିସ୍‌ ଓ ସ୍ୱତନ୍ତ୍ର ସ୍କ୍ୱାଡ୍‌ ତାକୁ ପିଛା କରିଥିଲେ। ପୁଲିସ୍‌କୁ ଦେଖି ଡନ୍‌ ଖସି ଯିବାକୁ ଚେଷ୍ଟା କରିଥିଲା। ତେବେ କିଛି ବାଟ ଗଲା ପରେ ସେ ପୁଲିସ୍ ଉପରକୁ ଗୁଳି ଚଳାଇବା ସହ ବୋମାମାଡ଼ କରିଥିଲା। ପୁଲିସ୍‌ ଏହାର ଜବାବ ଦେଇଥିଲା। ପାଲଟା ଗୁଳିମାଡ଼ରେ ଡନ୍‌ ଗୁରୁତର ହୋଇଛି। ଡନ୍ ସହ ମୁହାଁମୁହିଁ ସମୟରେ ପୁଲିସ ଏସ୍‌ଆଇ ସୁବ୍ରଜିତ୍ ଦାସ ଆହତ ହୋଇଛନ୍ତି।

ଡନ୍ ନାଁରେ ଦାଦାବଟି, ବୋମାମାଡ଼ ଓ ଲୁଟ୍ ଭଳି ୪୦ରୁ ଅଧିକ ମାମଲା ରହିଛି। ସେ ଏକାଧିକ ଥର ଜେଲ୍ ଯାଇ ଜାମିନରେ ମଧ୍ୟ ଆସିଛି।  ସେ କିଛି ବଡ଼ ଧରଣର ଅପରାଧ କରିବାକୁ ଯୋଜନା କରୁଥିବା ନେଇ ପୁଲିସ୍ ପାଖରେ ସୂଚନା ଥିଲା। ସେଥିପାଇଁ ପୁଲିସ୍ ତାକୁ ଖୋଜୁଥିଲା।

 

Related story