ଲୁଟ୍ ଯୋଜନା ପଣ୍ଡ: ହାଇୱେ ଲୁଟେରା ଗିରଫ
- Published: Tuesday, 22 May 2018
- , Updated: 22 May 2018, 02:17 PM IST
<p>ଜୟପୁର( ଟି.ଗୌରି ଶଙ୍କର): କୋରାପୁଟ ଜିଲ୍ଲା ବୋରିଗୁମ୍ମାରୁ ଏକ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ୍‌। ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ କାଳିଆ ହୋତା, ବିମଳ ହରିଜନ, ରବିନ୍ଦ୍ର ବାରିକ ଓ ଅଶ୍ୱିନୀ ଖୋରା। ସେହିପରି ଫେରାର ହୋଇଯାଇଥିବା ଲୁଟେରାମାନେ ହେଲେ ସଞ୍ଜୟ ସୁନା, ପ୍ରିନ୍ସ ଓ ବିକି। ସେମାନଙ୍କ ପାଖରୁ ଗୋଟିଏ ବୋଲେରୋ, ଖଣ୍ଡା ଓ ପିସ୍ତଲ ଭଳି ଅନେକ ମାରଣାସ୍ତ୍ର ଜବତ କରାଯାଇଛି। ଫେରାର ଲୁଟେରାଙ୍କୁ ଧରିବାକୁ ତନାଘନା ଚଳାଇଛି ବୋରିଗୁମ୍ମା ପୋଲିସ।</p>
<p>ବୋରିଗୁମ୍ମା ଥାନା ଅଧିକାରୀ ସାଗରିକା ନାଥ କହିଛନ୍ତି,“ବୋରିଗୁମ୍ମାରେ ହାଇୱେ ଲୁଟେରା ଗ୍ୟାଙ୍ଗ ଲୁଟ୍ ପାଇଁ ଯୋଜନା କରୁଥିବା ଆମେ ଖବର ପାଇ ଚଢ଼ାଉ କରିଥିଲୁ। ସେମାନଙ୍କ ମଧ୍ୟରୁ୪ ଜଣଙ୍କୁ ଗିରଫ କରାଯାଇଥିଲା ଓ ୩ ଜଣ ଫେରାର ହୋଇଯାଇଥିଲେ। ସେମାନଙ୍କ ପାଖରୁ ପିସ୍ତଲ, ଦୁଇଟି ଖଣ୍ଡା,ଢେଙ୍ଗାବାଡ଼ି ଓ ଗୋଟିଏ ବୋଲେରୋ ଜବତ କରାଯାଇଛି। ଘଟଣାର ତଦନ୍ତ ଚାଲିଛି।”</p>
<p>&nbsp;</p>