୭୪ବର୍ଷର ବୃଦ୍ଧାଙ୍କୁ ଆଖିବୁଜା ପିଟିଲେ ଥାନାବାବୁ,ମାରିଦେବେ ବୋଲି ଧମକ ଦେଲେ

କୋଣାର୍କ(ସଞ୍ଜୟ ପତି): ଥାନାରେ ଜଣେ ୭୪ ବର୍ଷର ବୃଦ୍ଧାଙ୍କୁ ଆଖିବୁଜା ମାଡ଼ ମାରିଛନ୍ତି ଆଇଆଇସି। ଏଭଳି ଅଭିଯୋଗ ‌ଆସିଛି ପୁରୀ ଜିଲ୍ଲା ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ବିରୋଧରେ। ଅଭିଯୋଗ ଅନୁଯାୟୀ,ଗତ ୭ ତାରିଖରେ ଧିରପୁର ଦଳେଇ ସାହିର ଜଣେ ମହିଳା ତାଙ୍କ  ଶ୍ୱଶୁର ଘର ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଥିଲେ।  ତାଙ୍କର ଏତଲାକ୍ରମେ ପୋଲିସର ଡକରା ପାଇ ଶାଶୂ ବାସନ୍ତୀ ଓ ଦେଢ଼ଶୁର ଥାନାରେ ପହଞ୍ଚିଥିଲେ।  ଥାନାରେ କିଛି ଘଣ୍ଟା […]

vr

Rakesh Mallick
  • Published: Wednesday, 09 May 2018
  • , Updated: 09 May 2018, 10:48 AM IST

କୋଣାର୍କ(ସଞ୍ଜୟ ପତି): ଥାନାରେ ଜଣେ ୭୪ ବର୍ଷର ବୃଦ୍ଧାଙ୍କୁ ଆଖିବୁଜା ମାଡ଼ ମାରିଛନ୍ତି ଆଇଆଇସି। ଏଭଳି ଅଭିଯୋଗ ‌ଆସିଛି ପୁରୀ ଜିଲ୍ଲା ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ବିରୋଧରେ।

ଅଭିଯୋଗ ଅନୁଯାୟୀ,ଗତ ୭ ତାରିଖରେ ଧିରପୁର ଦଳେଇ ସାହିର ଜଣେ ମହିଳା ତାଙ୍କ  ଶ୍ୱଶୁର ଘର ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଥିଲେ।  ତାଙ୍କର ଏତଲାକ୍ରମେ ପୋଲିସର ଡକରା ପାଇ ଶାଶୂ ବାସନ୍ତୀ ଓ ଦେଢ଼ଶୁର ଥାନାରେ ପହଞ୍ଚିଥିଲେ।  ଥାନାରେ କିଛି ଘଣ୍ଟା ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।  କୌଣସି ସୁଫଳ ନ ମିଳିବାରୁ ଥାନା ଅଧିକାରୀ ରାତି ୧୧ଟା ପର୍ଯ୍ୟନ୍ତ ବାସନ୍ତୀ ଓ ତାଙ୍କ ପୁଅକୁ ଅଟକ ରଖି ଥିଲା। ପରେ ଘରେ କାହିଁକି ଗଣ୍ଡଗୋଳ କରୁଛ ବୋଲି କହି  ଆଇଆଇସି ବାସନ୍ତୀଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରିଥିଲେ। ବାଡ଼େଇ ବାଡ଼େଇ ମାରିଦେବେ ବୋଲି ବି ଧମକ ଦେଇଥିଲେ।

ଏନେଇ ପୁରୀ ଏସପିଙ୍କ ନିକଟରେ ବାସନ୍ତୀ ଅଭିଯୋଗ କରିଛନ୍ତି। ଏହି ଘଟଣା ନେଇ ସମ୍ପୃକ୍ତ ଆଇଆଇସିଙ୍କ ପ୍ରତିକ୍ରିୟା ମିଳିପାରିନି।

 

Related story