କମ୍ବିଂ ଅପେରସନରେ ନିହତ ହୋଇଥିଲେ ୫ନକ୍ସଲ, ୪ ଜଣଙ୍କୁ କବର ଦେଲା ପୁଲିସ୍‌

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଗତ ୫ ଏବଂ ୬ ତାରିଖରେ ଚାଲିଥିବା କମ୍ବିଂ ଅପେରସନ ବେଳେ ୫  ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ନକ୍ସଲଙ୍କ ମୃତଦେହକୁ ତାଙ୍କ ପରିବାର ଲୋକ ଜିଲ୍ଲା ପୁଲିସ୍‌ଠାରୁ ନେଇଥିବା ବେଳେ ଅନ୍ୟ ୪ ଜଣଙ୍କର କେହି ଦାବିଦାର ପହଞ୍ଚି ନ ଥିଲେ। ଫଳରେ କନ୍ଧମାଳ ଜିଲ୍ଲା ପୁଲିସ୍‌ ପକ୍ଷରୁ ୪ ମୃତଦେହକୁ କବର ଦିଆଯାଇଛି। ସୂଚନା ଯୋଗ୍ୟ ଯେ ମୃତ […]

phulbani-1-1

Niharika Rout
  • Published: Sunday, 12 July 2020
  • , Updated: 12 July 2020, 11:46 AM IST

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଗତ ୫ ଏବଂ ୬ ତାରିଖରେ ଚାଲିଥିବା କମ୍ବିଂ ଅପେରସନ ବେଳେ ୫  ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ନକ୍ସଲଙ୍କ ମୃତଦେହକୁ ତାଙ୍କ ପରିବାର ଲୋକ ଜିଲ୍ଲା ପୁଲିସ୍‌ଠାରୁ ନେଇଥିବା ବେଳେ ଅନ୍ୟ ୪ ଜଣଙ୍କର କେହି ଦାବିଦାର ପହଞ୍ଚି ନ ଥିଲେ। ଫଳରେ କନ୍ଧମାଳ ଜିଲ୍ଲା ପୁଲିସ୍‌ ପକ୍ଷରୁ ୪ ମୃତଦେହକୁ କବର ଦିଆଯାଇଛି।

ସୂଚନା ଯୋଗ୍ୟ ଯେ ମୃତ ୫ ନକ୍ସଲଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ଜିଲ୍ଲା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । କିନ୍ତୁ କେବଳ ମାଲକାନଗିରି ଜିଲ୍ଲାର ସୁକୃ ନାମକ ନକ୍ସଲଙ୍କ ପରିବାର ସଦସ୍ୟ ନିଜ ପରିଚୟ ଦେଇ ତାଙ୍କ ଶବକୁ ପୁଲିସ୍‌ଠାରୁ ନେଇଥିବା ଜଣାଯାଇଛି । ଅନ୍ୟ ୪ ଜଣଙ୍କ ଶବକୁ NHRC ନିୟମ ଅନୁଯାୟୀ 72 ଘଣ୍ଟା ଶବ ଗୃହରେ ସଂରକ୍ଷିତ ରଖାଯାଇଥିଲା।

ଉକ୍ତ ସମୟ ମଧ୍ୟରେ ମୃତଦେହ ନେବାକୁ କେହି ପହଞ୍ଚି ନ ଥିଲେ। ଫଳରେ ଗତକାଲି ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ SOP ପାଳନ କରି ଜିଲ୍ଲା ପୁଲିସ୍‌ ପକ୍ଷରୁ ୪ ମୃତଦେହକୁ ଫୁଲବାଣୀର ଏକ ଶ୍ମଶାନରେ କବର ଦିଆଯାଇଛି। ଏନେଇ କନ୍ଧମାଳ SP ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

 

Related story