ବଧୂ ବେଶରେ ବସିଛି ଝିଅ; ବାପା-ଭାଇଙ୍କୁ ଉଠାଇ ନେଲା ପୁଲିସ୍‌

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଶ୍ୱଶୁରଘର ଆଗରେ ନବବଧୂ ବେଶରେ ବସିଥିବା ଯୁବତୀଙ୍କ ବାପା ଓ ଭାଇଙ୍କୁ ଉଠାଇ ନେଇଛି ବୈଦ୍ୟନାଥପୁର ଥାନା ପୁଲିସ୍‌। ତେବେ କେଉଁ କାରର ପାଇଁ ପୁଲିସ୍‌ ଉଠାଇ ନେଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏପରିକି ପୁଲିସ୍‌ ଏନେଇ ମୁହଁ ଖୋଲୁନାହିଁ। ସେପଟେ ଆଜି ମଧ୍ୟ ବଧୂ ବେଶରେ ଡିମ୍ପଲ ଦାସ ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ପୁଅ ଘର ଆଗରେ ବସିଥିବା ଦେଖିବାକୁ ମିଳିଛି। ବ୍ରହ୍ମାନଗର ଦ୍ୱିତୀୟ ଲେନରେ ପ୍ରମୋଦ ସାହୁଙ୍କ ଘର […]

Ganjam

Manoranjan Sial
  • Published: Tuesday, 23 November 2021
  • , Updated: 24 November 2021, 06:07 PM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଶ୍ୱଶୁରଘର ଆଗରେ ନବବଧୂ ବେଶରେ ବସିଥିବା ଯୁବତୀଙ୍କ ବାପା ଓ ଭାଇଙ୍କୁ ଉଠାଇ ନେଇଛି ବୈଦ୍ୟନାଥପୁର ଥାନା ପୁଲିସ୍‌। ତେବେ କେଉଁ କାରର ପାଇଁ ପୁଲିସ୍‌ ଉଠାଇ ନେଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏପରିକି ପୁଲିସ୍‌ ଏନେଇ ମୁହଁ ଖୋଲୁନାହିଁ। ସେପଟେ ଆଜି ମଧ୍ୟ ବଧୂ ବେଶରେ ଡିମ୍ପଲ ଦାସ ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ପୁଅ ଘର ଆଗରେ ବସିଥିବା ଦେଖିବାକୁ ମିଳିଛି।

ବ୍ରହ୍ମାନଗର ଦ୍ୱିତୀୟ ଲେନରେ ପ୍ରମୋଦ ସାହୁଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଡିମ୍ପଲ ଦାସ। ଏହା ଭିତରେ ୩୦ ଘଣ୍ଟାରୁ ଅଧିକ ସମୟ ବିତି ଗଲାଣି। ହେଲେ ପ୍ରମୋଦ ସାହୁଙ୍କ ପରିବାର ଲୋକେ ଘରର କବାଟ ଖୋଲୁ ନାହାନ୍ତି। ଏପରିକି ଘଟଣା ସମ୍ପର୍କରେ ପଦୁଟିଏ କହୁନାହାନ୍ତି।

ସେପଟେ ଡିମ୍ପଲ ଅଭିଯୋଗ ପରେ ଅଭିଯୋଗ କରିଚାଲିଛନ୍ତି। ତାଙ୍କ କହିବା କଥା, ସେ ହେଉଛନ୍ତି ତାଙ୍କ ସାନ ପୁଅ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ଡିମ୍ପଲ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛି ବୋଲି ଡିମ୍ପଲ ଦାସ କହିଛନ୍ତି।

ଏପଟେ ସୁମିତଙ୍କ ଘର ଆଗରେ ଦୁଇ ଦିନ ଧରି ଡିମ୍ପଲ ଧାରଣାରେ ବସିଥିଲେ ମଧ୍ୟ ସୁମିତ କିମ୍ବା ତାଙ୍କ ଘର ଲୋକଙ୍କ ଦେଖା ମିଳିନି। ଗତକାଲିଠୁ ସେମିତି ବନ୍ଦ ରହିଛି ଘରର ମୁଖ୍ୟ ଦ୍ୱାର। ଏଣେ ତାଙ୍କୁ ବୋହୂ ଭାବେ ସ୍ୱୀକାର କରି ଘରକୁ ନନେଲେ, ଆତ୍ମାହତ୍ୟାର ଧମକ ଦେଇଥିବାରୁ ତାଙ୍କୁ ରାତି ଦିନ ଜଗି ରହିଛି ପୁଲିସ।

ସେପଟେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି, ମହିଳାଙ୍କ ଅଭିଯୋଗ ଆଧାରରେ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଛି। ଏପରିକି ମାମଲାରେ ଚାର୍ଜସିଟ୍‌ ମଧ୍ୟ ହୋଇଛି। ଅପରପକ୍ଷେ ସୁମିତଙ୍କ ପରିବାର ପକ୍ଷରୁ କୋର୍ଟରେ ଏକ ଛାଡ଼ପତ୍ର ମାମଲା ଦାଏର ହୋଇଥିବାରୁ ଏ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ତେଣୁ କୋର୍ଟ ଯେଉଁ ନିର୍ଦ୍ଦେଶ ଦେବେ, ତାକୁ ଅନୁପାଳନ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି।
ତେଣେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଭଙ୍ଗ ହେଉଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଡିମ୍ପଲ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ଏକ ସମନ ଜାରି ହୋଇଛି। ଅପରାହ୍ନ ସାଢ଼େ ଚାରିଟାରେ ଉପଜିଲ୍ଲାପାଳଙ୍କ ପାଖରେ ହାଜର ହେବାକୁ କୁହାଯାଇଥିଲା। ହେଲେ ସେମାନେ ହାଜର ହୋଇନଥିଲେ। ଏହି କାରଣରୁ ଡିମ୍ପଲଙ୍କ ବାପା ଓ ଭାଇଙ୍କୁ ପୁଲିସ ଉଠାଇ ନେଇଥିବା ଆଲୋଚନା ହେଉଛି।

Related story