ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ହେଉଥିବା ଏକ ବାଲ୍ୟ ବିବାହକୁ ପୁଲିସ୍ ବନ୍ଦ କରିଛି। ପୁଲିସ୍ ନାବାଳିକାଙ୍କୁ ଉଦ୍ଧାର କରିବା ସହ ବାହା ହେବାକୁ ଆସିଥିବା ଯୁବକଙ୍କୁ ଅଟକ ରଖିଛି। ତାଙ୍କ ନାଁ ପ୍ରମୋଦ କୁମାର ସିଂହ। ପ୍ରମୋଦଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି।
ଏକ ବିଶେଷସୁତ୍ରରୁ ଖବର ପାଇ ପୁଲିସ୍ ରାଢ଼ୋ ଗାଁରେ ଥିବା ନାବାଳିକାଙ୍କ ଘରେ ପହଞ୍ଚିଥିଲା। ନାବାଳିକାକୁ ଉତ୍ତରପ୍ରଦେଶର ପ୍ରମୋଦ କୁମାର ସିଂହଙ୍କ ସହ ବିବାହ କରିବା ନେଇ ଯୋଜନା ହୋଇଥିଲା। ତେବେ ପୁଲିସ୍ ସେଠାରେ ପହଞ୍ଚି ବିବାହ ଯୋଜନାକୁ ପଣ୍ଡ କରିଛି।
ପୁଲିସ୍ ନାବାଳିକା ଏବଂ ତାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା। ଏଥିସହ ନାବାଳିକାର ବୟସ ନେଇ ଜନ୍ମ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ଅନେକ ଦସ୍ତାବିଜ୍ ଯାଞ୍ଚ କରିଥିଲା। ନାବାଳିକାର ବିବାହ ବୟସ ନହେବା ପର୍ଯ୍ୟନ୍ତ ତାର ବିବାହ ନକରିବା ପାଇଁ ପୁଲିସ୍ ପରିବାର ଲୋକଙ୍କ ନିକଟରୁ ଏକ ବୁଝାମଣା ପତ୍ର କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜ୍ୟରେ ୫୦ବର୍ଷର ରାସ୍ତା ନିର୍ମାଣର ଆବଶ୍ୟକତାକୁ ଦୃଷ୍ଟିରୁ ରଖି ପ୍ରସ୍ତୁତ ହେବ ସ୍ୱତନ୍ତ୍ର ସଡ଼କ ନୀତି: ପୂର୍ତ୍ତ ମନ୍ତ୍ରୀ
୨୦୨୯ ମସିହା ସୁଦ୍ଧା ୧୦୦ଜନସଂଖ୍ୟା ବିଶିଷ୍ଟ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣକୁ ସୁନିଶ୍ଚିତ କରିବା ସହ ଉତ୍ତମ ମାନବସମ୍ବଳ ଅଭାବ ପୂରଣ ଓ ନିର୍ମାଣ ସମୟରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା ।
Miscellaneous
ବାଲିଯାତ୍ରାରେ ପ୍ରଶଂସା ସାଉଣ୍ଟୁଛି ପୁରୁଣା ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର
ରଙ୍ଗୀନ ଆଲୁଅରେ ଚକମକ କରୁଛି କଳା ଧଳା ଚଳଚ୍ଚିତ୍ର। ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ, ଓଡ଼ିଆ ଅସ୍ମିତାର କିଛି ଶ୍ରେଷ୍ଠ ନିଦର୍ଶନ। ସୀତା ବିବାହ, ହୀରା ଲିଳା, ଗପ ହେଲେ ବି ସତ, ଚିହ୍ନା ଅଚିହ୍ନା ପରି ପୁରୁଣା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ରର ଲାଗିଛି ସମ୍ଭାର।
Crime
ଅବକାରୀ ବିଭାଗରେ ମାଳମାଳ ମାଫିଆ କର୍ମଚାରୀ
କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇକୁ ନେଇ ବେପାର କରୁଛନ୍ତି। ଏପରି ଅଫିସର ମଧ୍ୟ ଅଛନ୍ତି ଯେଉଁମାନେ ଧଳା ଜହର ବେପାରୀଙ୍କଠାରୁ ମାସିକ ସେୟାର ନେଉଥିବା ପ୍ରମାଣ ଅବକାରୀ କମିଶନରଙ୍କ ହାତରେ ଲାଗିଛି।
Miscellaneous
ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା
ମୋଟ ୧୦୯ଟି ପ୍ଲଟକୁ ବେଆଇନ୍ ଭାବେ ହାତେଇବା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ କଦାପି ବରଦାସ୍ତ କରାଯିବନି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।
Special
ଜନ୍ମମାଟିର ମୋହ ବର୍ଷାଙ୍କୁ ଇଟାଲୀରୁ ଓଡ଼ିଶା ଟାଣି ଆଣିଛି
ଠିକଣା ଖୋଜୁଥିବା ବର୍ଷା ଶେଷରେ ପାଇଲେ ନୂଆ ଠିକଣା। ଆଉ ବାପା-ମାଆଙ୍କ ସହିତ ଗଲେ ବିଦେଶ। ଇଟାଲୀରେ ପାଠ ପଢ଼ିଲେ। ଏନ୍ରିକୋ ଭୋଲୋପ ଓ ତାଙ୍କ ପତ୍ନୀ ଡକ୍ଟର ପଟ୍ରଜିଆ ଜରଜୋଟି ନିଜର ଝିଅ ବର୍ଷାକୁ ବହୁ ଭଲ ପାଉଥିଲେ।