ଡି ବ୍ରଦର୍ସଙ୍କ ଘରେ ପୁଲିସ୍‌ର ଛାନଭିନ

କଟକ(ଓଡ଼ିଶା ରିପୋର୍ଟର): ଜେଲ୍‌ରେ ଥାଇ ବି ଡି ବ୍ରଦର୍ସ  କଟକରେ ବେଧଡ଼କ ଭାବେ ଚଳାଇଥିଲେ ବନ୍ଧୁକ କାରବାର। କିଛି ଦିନ ପୂର୍ବେ ସିଡିଏସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ବହୁ ଗୁଳିଗୋଳା ଓ ବନ୍ଧୁକ ଜବତ ହୋଇଥିଲା। ଏହି ଘଟଣାରେ ଆଜିଠୁ ଡି ବ୍ରଦର୍ସଙ୍କୁ  ପୁଲିସ୍‌  ୩ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ତାଙ୍କ ସିଡିଏସ୍ଥିତ  ଘରେ ପହଞ୍ଚି ତନାଘନା ଚଳାଇଛି। ଜେଲରେ ଥାଇ କଟକରେ କିପରି ଚଳାଇଥିଲେ ବନ୍ଧୁକ କାରବାର, କିଭଳି ଓ କାହା ମାଧ୍ୟମରେ ଚଳାଇଥିଲେ […]

ppcc

Niharika Rout
  • Published: Friday, 25 December 2020
  • , Updated: 25 December 2020, 02:03 PM IST

କଟକ(ଓଡ଼ିଶା ରିପୋର୍ଟର): ଜେଲ୍‌ରେ ଥାଇ ବି ଡି ବ୍ରଦର୍ସ  କଟକରେ ବେଧଡ଼କ ଭାବେ ଚଳାଇଥିଲେ ବନ୍ଧୁକ କାରବାର। କିଛି ଦିନ ପୂର୍ବେ ସିଡିଏସ୍ଥିତ ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ବହୁ ଗୁଳିଗୋଳା ଓ ବନ୍ଧୁକ ଜବତ ହୋଇଥିଲା। ଏହି ଘଟଣାରେ ଆଜିଠୁ ଡି ବ୍ରଦର୍ସଙ୍କୁ  ପୁଲିସ୍‌  ୩ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ତାଙ୍କ ସିଡିଏସ୍ଥିତ  ଘରେ ପହଞ୍ଚି ତନାଘନା ଚଳାଇଛି।

ଜେଲରେ ଥାଇ କଟକରେ କିପରି ଚଳାଇଥିଲେ ବନ୍ଧୁକ କାରବାର, କିଭଳି ଓ କାହା ମାଧ୍ୟମରେ ଚଳାଇଥିଲେ ଏହି ବେଆଇନ୍ କାରବାର, ସେନେଇ ଉଭୟଙ୍କୁ ଜେରା କରାଯାଉଛି ।

ସୂଚନାଯୋଗ୍ୟ,  ଗତ ୧୦ ତାରିଖରେ ଧଳ ସାମନ୍ତଙ୍କ ଘରୁ ୭ଟି ବନ୍ଧୁକ ଓ ୧୦୫୫ ରାଉଣ୍ଡରୁ ଅଧିକ ଗୁଳି ଜବତ କରିଥିଲା ପୁଲିସ୍। ଏନେଇ ମାମଲା ରୁଜୁ କରି ଚୌଦ୍ୱାର ପୋଲିସ ଦୁଇ ଭାଇଙ୍କୁ ପକ୍ଷଭୁକ୍ତ କରିଥିଲା। ଏଥିପାଇଁ ଗତକାଲି ବଡ ଭାଇ ସୁଶାନ୍ତ ଧଳସାମନ୍ତକୁ ବଲାଙ୍ଗିର ଜେଲ୍‌ ଓ ସାନଭାଇ ସୁଶିଲ ଧଳସାମନ୍ତଙ୍କୁ ବାଲେଶ୍ୱର ଜେଲ୍‌ରୁ ଆଣି କଟକ ଜେଏମଏଫସି ରୁରାଲ୍ କୋର୍ଟରେ ହାଜର କରାଯାଇଥିଲା।

ଡି ବ୍ରଦର୍ସଙ୍କୁ କମିଶନରେଟ ପୁଲିସ୍‌ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି  ପୂର୍ବରୁ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ । ଡି ବଦର୍ସ ଘର ଉପରେ ଚଢ଼ାଉ ସମୟରେ ଇଣ୍ଟେରିୟର ଡିଜାଇନ ଭିତରେ ୧୬ଟି ଚୋରା ବନ୍ଧୁକ, ୧୦୯୫ ଗୁଳି ଜବତ ହୋଇଥିଲା।  ବିହାର ମୁଙ୍ଗେରରୁ ଚୋରା ବନ୍ଧୁକ ଏଠାକୁ ଆସିଥିବା ସିପି ସୂଚନା ଦେଇଥିଲେ।

Related story