ଏନ୍‌କାଉଣ୍ଟରରୁ ଖୋଲିଲା ନକଲି ମଦ କାରବାର ଗୁମର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ଚିଲିପୋଖରୀ ଅଞ୍ଚଳରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଆହତ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ସିପୁନ୍ କବି ଓ ହରେକୃଷ୍ଣ ସ୍ୱାଇଁ ନକଲି ମଦ କାରଖାନା ବି ଚଳାଇଥିଲେ ବୋଲି ଜଣାପଡ଼ିଛି। ଧଉଳି ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ସେମାନେ ଏହି ନକଲି ମଦ କାରଖାନା ଚଳାଇଥିଲେ। ପୁଲିସ୍ ସେଠାରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିଛି। ତା’ସହିତ ବୋତଲ, ବ୍ରାଣ୍ଡେଡ୍ ମଦ ବୋତଲ ଠିପି, ସିଲ୍ ଓ ଅନ୍ୟାନ୍ୟ ମଦ […]

bbsr

Jyoshna Pradhan
  • Published: Sunday, 04 August 2019
  • , Updated: 04 August 2019, 01:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ଚିଲିପୋଖରୀ ଅଞ୍ଚଳରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଆହତ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ସିପୁନ୍ କବି ଓ ହରେକୃଷ୍ଣ ସ୍ୱାଇଁ ନକଲି ମଦ କାରଖାନା ବି ଚଳାଇଥିଲେ ବୋଲି ଜଣାପଡ଼ିଛି। ଧଉଳି ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ସେମାନେ ଏହି ନକଲି ମଦ କାରଖାନା ଚଳାଇଥିଲେ। ପୁଲିସ୍ ସେଠାରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିଛି। ତା’ସହିତ ବୋତଲ, ବ୍ରାଣ୍ଡେଡ୍ ମଦ ବୋତଲ ଠିପି, ସିଲ୍ ଓ ଅନ୍ୟାନ୍ୟ ମଦ ତିଆରି ସାମଗ୍ରୀ ମଧ୍ୟ ଜବତ କରିଛି।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୨ଟା ୪୫ରେ ଏନ୍‌କାଣ୍ଟର କରି ପୁଲିସ୍ ସିପୁନ୍ ଓ ହରେକୃଷ୍ଣକୁ ଧରିଥିଲା। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିଲା। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ଗୋଟିଏ ଖେଳନା ବନ୍ଧୁକ, ବାଇକ ଓ ୫୦ହଜାର ଟଙ୍କା ଓ ତିନିଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା।

ସେହିପରି ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୁଣାଜଗନ୍ନାଥ ସଡ଼କ ଟଙ୍କପାଣି ସେତୁ ନିକଟରେ କମିଶନରେଟ୍ ପୁଲିସ୍‌ର ଏନ୍‌କାଉଣ୍ଟର୍‌ରେ ଦୁଇଜଣ ଅପରାଧୀ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ ଆହତ ହୋଇଥିଲେ।

 

Related story