ବସ୍‌ରୁ ଉଦ୍ଧାର ହେଲା ଠେକୁଆ, ମୂଷା, ପାରା

କଟକ(ଓଡ଼ିଶା ରିପୋର୍ଟର): ବେଆଇନଭାବେ ଚାଲାଣ ହେଉଥିଲା ବିଭିନ୍ନ ପ୍ରଜାତିର ପକ୍ଷୀ ଓ ପଶୁ। ଏ ସମ୍ପର୍କରେ ବାଦାମବାଡ଼ି ପୁଲିସ ଜାଣିପାରି ଏକ ବସ ଉପରେ ଚଢ଼ଉ କରି ଶତାଧିକ ପାରା ଓ ଶୁଆ ଉଦ୍ଧାର କରିଛି। ଏହାଛଡ଼ା ଠେକୁଆ, ମୂଷା ଓ ଅନ୍ୟାନ୍ୟ ପ୍ରଜାତିର ଚଢେଇ ମଧ୍ୟ ପୁଲିସ ଉଦ୍ଧାର କରିଛି। ପଶୁ ଓ ପକ୍ଷୀମାନଙ୍କୁ ଅତି ନିର୍ଦ୍ଦୟ ଭାବେ ପଞ୍ଜୁରୀରେ ଭର୍ତ୍ତି କରି ଚାଲାଣ କରାଯାଉଥିଲା। ତେବେ କିଏ ଓ କାହିଁକି ଏମାନଙ୍କୁ ଚାଲାଣ କରୁଥିଲା, […]

birds

Manoranjan Sial
  • Published: Monday, 23 November 2020
  • , Updated: 23 November 2020, 09:12 PM IST

କଟକ(ଓଡ଼ିଶା ରିପୋର୍ଟର): ବେଆଇନଭାବେ ଚାଲାଣ ହେଉଥିଲା ବିଭିନ୍ନ ପ୍ରଜାତିର ପକ୍ଷୀ ଓ ପଶୁ। ଏ ସମ୍ପର୍କରେ ବାଦାମବାଡ଼ି ପୁଲିସ ଜାଣିପାରି ଏକ ବସ ଉପରେ ଚଢ଼ଉ କରି ଶତାଧିକ ପାରା ଓ ଶୁଆ ଉଦ୍ଧାର କରିଛି। ଏହାଛଡ଼ା ଠେକୁଆ, ମୂଷା ଓ ଅନ୍ୟାନ୍ୟ ପ୍ରଜାତିର ଚଢେଇ ମଧ୍ୟ ପୁଲିସ ଉଦ୍ଧାର କରିଛି। ପଶୁ ଓ ପକ୍ଷୀମାନଙ୍କୁ ଅତି ନିର୍ଦ୍ଦୟ ଭାବେ ପଞ୍ଜୁରୀରେ ଭର୍ତ୍ତି କରି ଚାଲାଣ କରାଯାଉଥିଲା। ତେବେ କିଏ ଓ କାହିଁକି ଏମାନଙ୍କୁ ଚାଲାଣ କରୁଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଉଦ୍ଧାର ହୋଇଥିବା ପଶୁ ଓ ପକ୍ଷୀଙ୍କୁ ଆନିମଲ ୱଲଫେୟାର ଟ୍ରଷ୍ଟ ଏନ୍‌ଜିଓକୁ ହସ୍ତାନ୍ତର କରିରାଯାଇଛି।

Related story