୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଧରାପଡ଼ିଲେ ନାବାଳିକା ସମେତ ୪

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ବ୍ରାଉନସୁଗାର ଜହର କବଳରେ ପିଲାଠାରୁ ଆରମ୍ଭ କରି ଯୁବପିଢ଼ି। ଏହି ଜହର ମାୟାରେ ପଡ଼ି ଖୋର୍ଦ୍ଧା ସହରର ଯୁବପିଢ଼ି ବାଟବଣା ହେଲେଣି। ଏହାକୁ ନଜରରେ ରଖି ଖୋର୍ଦ୍ଧା ଟାଉନ ଥାନା ପୁଲିସ ଆଜି କରିଥିବା ଚଢ଼ଉରେ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହି ନିଶା ସାମଗ୍ରୀ କାରବାର କରୁଥିବା ଜଣେ ନାବାଳିକ ସମେତ ୪ ଜଣଙ୍କୁ ପୁଲିସ ଧରିଛି। ଖୋର୍ଦ୍ଧା ସହରରୁ ପୁଣିଥରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହେବା ଅଲୋଚନାରେ […]

brownsugar

brownsugar

Niranjan Mishra
  • Published: Monday, 23 May 2022
  • , Updated: 23 May 2022, 09:33 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ବ୍ରାଉନସୁଗାର ଜହର କବଳରେ ପିଲାଠାରୁ ଆରମ୍ଭ କରି ଯୁବପିଢ଼ି। ଏହି ଜହର ମାୟାରେ ପଡ଼ି ଖୋର୍ଦ୍ଧା ସହରର ଯୁବପିଢ଼ି ବାଟବଣା ହେଲେଣି। ଏହାକୁ ନଜରରେ ରଖି ଖୋର୍ଦ୍ଧା ଟାଉନ ଥାନା ପୁଲିସ ଆଜି କରିଥିବା ଚଢ଼ଉରେ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହି ନିଶା ସାମଗ୍ରୀ କାରବାର କରୁଥିବା ଜଣେ ନାବାଳିକ ସମେତ ୪ ଜଣଙ୍କୁ ପୁଲିସ ଧରିଛି।

ଖୋର୍ଦ୍ଧା ସହରରୁ ପୁଣିଥରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହେବା ଅଲୋଚନାରେ ବିଷୟ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଟାଉନ ଥାନା ପୁ­ଲିସ ଏବଂ ସ୍ପେଶାଲ ସ୍କାର୍ଡ ମିଳିତ ଭାବେ ଗୁରୁଜଙ୍ଗ କୋଚିଲାକଣ ସାହିର ନନ୍ଦ କିଶୋର ସାହୁଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲା। ଏହି ସମୟରେ ପୁଲିସ ୩୧୦  ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଥିଲା। ଏଥିସହିତ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଜଣେ ନାବାଳିକା ସହିତ ଅନ୍ୟ ୩ ଜଣଙ୍କୁ ଗିରଫ କରିଥିଲା।

ସେମାନଙ୍କ ନିକଟରୁ ଗୋଟିଏ କାର ଏବଂ ଦୁଇଟି ବାଇକ ମଧ୍ୟ ପୁଲିସ ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

Related story