ଜୁଇରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କଲା ପୁଲିସ

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଜୁଇରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କଲା ପୁଲିସ। ଆଜି ଏମିତି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ପୁଲିସ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ରରୁଆଁ ଥାନା ଖପରାସାହିର ଉର୍ଜଳ ଗାଗରାଇ ଗତକାଲି କାମ କରିବାକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ତେବେ ବିଳମ୍ୱିତ ରାତିରେ ୨ ବ୍ୟକ୍ତି ତାଙ୍କୁ ବାଇକ୍‌ରେ ଆଣି ଘରେ ଶୁଆଇ ଦେଇଥିଲେ। ଗୁରୁବାର ସକାଳେ ସେ ଉଠିନଥିଲେ। ଡାକିଲେ […]

fire

Manoranjan Sial
  • Published: Thursday, 28 January 2021
  • , Updated: 28 January 2021, 08:44 PM IST

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଜୁଇରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କଲା ପୁଲିସ। ଆଜି ଏମିତି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ପୁଲିସ ମୃତଦେହ ଜବତ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ରରୁଆଁ ଥାନା ଖପରାସାହିର ଉର୍ଜଳ ଗାଗରାଇ ଗତକାଲି କାମ କରିବାକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ତେବେ ବିଳମ୍ୱିତ ରାତିରେ ୨ ବ୍ୟକ୍ତି ତାଙ୍କୁ ବାଇକ୍‌ରେ ଆଣି ଘରେ ଶୁଆଇ ଦେଇଥିଲେ। ଗୁରୁବାର ସକାଳେ ସେ ଉଠିନଥିଲେ। ଡାକିଲେ ମଧ୍ୟ ସେ ଶୁଣିନଥିଲେ। ପରେ ପରିବାର ଲୋକେ ମୃତ ବୋଲି  ଜାଣିଥିଲେ।

ଉର୍ଜଳ ଗାଗରାଇଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ପରିବାର ଲୋକେ ଓ ସାହି ପଡ଼ିଶା ମୃତଦେହକୁ ସଂସ୍କାର କରୁଥିଲେ। ଶ୍ମଶାନରେ ଜୁଇ ଜଳିବା ବେଳେ ସେଠାରେ ପୁଲିସ ପହଞ୍ଚି ଥିଲା। ଉର୍ଜଳ ଗାଗରାଇଙ୍କ କେମିତି ମୃତ୍ୟୁ ହେଲା? ତାଙ୍କୁ ବୁଧବାର ରାତିରେ ଘରେ କିଏ ଘରକୁ ଛାଡ଼ିଥିଲା? ଏମିତି ଅନେକ ପ୍ରଶ୍ନ ପରିବାର ଲୋକଙ୍କୁ ପୁଲିସ ପଚାରି ଥିଲା। ହେଲେ ଏହାର ସେମାନେ ଦେଇପାରିନଥିଲେ। ଶେଷରେ ପୁଲିସ ଜୁଇରେ ନିଆଁ ଲିଭାଇ ମୃତଦେହକୁ ଉଦ୍ଧାର କରିଥିଲା। ପୁଲିସ ଦରପୋଡ଼ା ମୃତଦେହକୁ ଜଗି ରହିଛି। ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ଶ୍ମଶାନକୁ ଆସିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ ମୃତ୍ୟୁର ବୁଝିଆଣୀ ଜାଲ ଖୋଲିବାକୁ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Related story