କାଶଲପୁରା ଜଙ୍ଗଲରୁ ମିଳିଲା ଗଞ୍ଜେଇ ଭର୍ତ୍ତି ଟ୍ରକ୍‌

ସୁବର୍ଣ୍ଣପୁର (ରବିନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା କାଶଲପୁରା ଜଙ୍ଗଲରୁ ଲୁଚାଇ ପୁଲିସ ଆଜି ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ସୁବଳୟା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ଜବତ କରି ପଡୋଶୀ ବୌଦ୍ଧ ଜିଲ୍ଲାରୁ ସୁବଳୟା ଅଂଚଳଦେଇ ପଶ୍ଚିମବଙ୍ଗକୁ ଚାଲାଣ ହୋଇଥାଆନ୍ତା। ଅଭିଯୋଗରୁ ପ୍ରକାଶ, ମାଫିଆମାନେ ଚୋରା ଗଞ୍ଜେଇକୁ ଟ୍ରକ୍‌ରେ ଭର୍ତ୍ତି କରି କାଶଲପୁରା ଜଙ୍ଗଲରେ ଲୁଚାଇ ରଖିଥିଲେ। […]

ganja

Manoranjan Sial
  • Published: Sunday, 13 September 2020
  • , Updated: 13 September 2020, 04:32 PM IST

ସୁବର୍ଣ୍ଣପୁର (ରବିନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା କାଶଲପୁରା ଜଙ୍ଗଲରୁ ଲୁଚାଇ ପୁଲିସ ଆଜି ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ସୁବଳୟା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ଜବତ କରି ପଡୋଶୀ ବୌଦ୍ଧ ଜିଲ୍ଲାରୁ ସୁବଳୟା ଅଂଚଳଦେଇ ପଶ୍ଚିମବଙ୍ଗକୁ ଚାଲାଣ ହୋଇଥାଆନ୍ତା।

ଅଭିଯୋଗରୁ ପ୍ରକାଶ, ମାଫିଆମାନେ ଚୋରା ଗଞ୍ଜେଇକୁ ଟ୍ରକ୍‌ରେ ଭର୍ତ୍ତି କରି କାଶଲପୁରା ଜଙ୍ଗଲରେ ଲୁଚାଇ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଅଚାନକ ଉକ୍ତ ଜଙ୍ଗଲରେ ଚଢଉ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ଦୁଇଟି ଗାଡି ସହ ୪ଜଣକୁ ଗିରଫ କରିଛି। କେତେଦିନ ଧରି ଏହି ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିଲା, ତାହା ଉପରେ ପୁଲିସ ତଦନ୍ତ କରୁଛନ୍ତି। ଏହାଛଡ଼ା ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ପୁଲିସ ତାହା ଉପରେ ମଧ୍ୟ ତଦନ୍ତ ଆରମ୍ଭ କରିଛି।

Related story