ଗାତ ଖୋଳିଥିବା ଜେସିବି, ଟାୟର ବୋହିଥିବା ସ୍କୁଟି ଜବତ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଗାତ ଖୋଳିଥିବା ଜେସିବି ଓ ଟାୟର ବୋହିଥିବା ସ୍କୁଟିକୁ ଜବତ କଲା ପୁଲିସ୍‌। ଯେଉଁ ଜେସିବିରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତଦେହ ପୋତି ପାଇଁ ଗାତ ଖୋଳା ଯାଇଥିଲା ଓ ଜାଳିବା ପାଇଁ ସ୍କୁଟିରେ ଟାୟାର ଅଣାଯାଇଥିଲା। ମମିତା ହତ୍ୟାକାଣ୍ଡକୁ ୨୪ ଦିନ ବିତିବା ପରେ ପୁଲିସ ଏସବୁ ଜବତ କରିବାରେ ସଫଳ ହୋଇଛି। ପୁଲିସର କହିବା ଅନୁସାରେ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରକୁ ନିଜ କାର ଭିତରେ ଅଭିଯୁକ୍ତ ଗୋବିନ୍ଦ ସାହୁ […]

mahalinga

Manoranjan Sial
  • Published: Monday, 01 November 2021
  • , Updated: 01 November 2021, 10:10 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଗାତ ଖୋଳିଥିବା ଜେସିବି ଓ ଟାୟର ବୋହିଥିବା ସ୍କୁଟିକୁ ଜବତ କଲା ପୁଲିସ୍‌। ଯେଉଁ ଜେସିବିରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୃତଦେହ ପୋତି ପାଇଁ ଗାତ ଖୋଳା ଯାଇଥିଲା ଓ ଜାଳିବା ପାଇଁ ସ୍କୁଟିରେ ଟାୟାର ଅଣାଯାଇଥିଲା। ମମିତା ହତ୍ୟାକାଣ୍ଡକୁ ୨୪ ଦିନ ବିତିବା ପରେ ପୁଲିସ ଏସବୁ ଜବତ କରିବାରେ ସଫଳ ହୋଇଛି।

ପୁଲିସର କହିବା ଅନୁସାରେ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରକୁ ନିଜ କାର ଭିତରେ ଅଭିଯୁକ୍ତ ଗୋବିନ୍ଦ ସାହୁ ହତ୍ୟା କରିଥିଲା।  ସନ୍ଧ୍ୟା ହେବା ପରେ ଗୋବିନ୍ଦ ମୃତଦେହକୁ ମହାଲିଙ୍ଗ କଲେଜ ପଡ଼ିଆକୁ ନେଇ ଆସିଥିଲା। ସେଠାରେ ପୂର୍ବରୁ ଜେସିବି ସାହାଯ୍ୟରେ ଖୋଳା ଯାଇଥିବା ଗାତରେ ମମିତାଙ୍କ ମୃତଦେହ ପକାଇ ଦେଇଥିଲା। ପରେ ଗୋବିନ୍ଦ ନିଜ ସ୍କୁଟିରେ ଟାୟାର ବୋହି ଆଣିଥିଲା। ତା’ପରେ ମୃତଦେହରେ ନିଆଁ ଲଗାଇ ପୋଡ଼ି ଦେଇଥିଲା। ତା’ର ଦିନ ଭୋରୁ ଆତି ଖୋଳା ଯାଇଥିବା ଗାତରେ ମାଟି ପକାଇ ପୋତି ଦେଇଥିଲା। ଧରା ପଡ଼ିବା ପରେ ଗୋବିନ୍ଦ ଏନେଇ ପୁଲିସକୁ କହିଥିଲା। ଆଜି ସିନ୍ଧେକେଲା ଥାନା ପୁଲିସ ଗାତ ଖୋଳିଥିବା ଜେସିବି ଓ ଗୋବିନ୍ଦଙ୍କ ସେହି ସ୍କୁଟି ଜବତ କରିଛି।

ଜେସିବି ଡ୍ରାଇଭରକୁ ପୁଲିସ ସାକ୍ଷୀ କରିଥିବା ଜଣାପଡିଛି। ସେଥିପାଇଁ ପୁଲିସ ଜେସିବି ଡ୍ରାଇଭରକୁ ଛାଡି ଦେଇଛି। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ଜେସିବି ଦୋଷୀ ସାବ୍ୟସ୍ତ ହେଲା, ହେଲେ ଡ୍ରାଇଭର କିପରି ନିର୍ଦ୍ଦୋଷ ହେଲା? ପୁଲିସର ଏପରି ଫଣ୍ଡାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ ମୁହଁ ଖୋଲୁନି ସିନ୍ଧେକେଲା ଥାନା ପୁଲିସ।

ସୂଚନାରୁ ପ୍ରକାଶ, ମମିତା ମେହେରକୁ ହତ୍ୟା କରାଯାଇଛି। ଏହି ମାମଲାରେ ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ରାଧେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତେବେ ଗିରଫ ଗୋବିନ୍ଦଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଭଲ ସମ୍ପର୍କ ଥିବା ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଥିଲା। ମନ୍ତ୍ରୀଙ୍କ ବହିସ୍କାର ଓ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ରାଜନୈତିକ ଦଳ। ଯାହାକୁ ନେଇ ଏବେ ପଲ୍ଲୀରୁ ଦିଲ୍ଲୀ କମ୍ପୁଛି।

Related story