ଛାତ୍ରୀଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେବା ଘଟଣା: ଅଭିଯୁକ୍ତକୁ ଖୋଜୁଛି ପୁଲିସ

କୋରାପୁଟ(ଓଡ଼ିଶା ରିପୋର୍ଟର):କୋରାପୁଟ ସେମିଳିଗୁଡାରେ ଜଣେ ଛାତ୍ରୀଙ୍କୁ ସହପାଠୀ ଛାତ୍ରଙ୍କ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେବା ଘଟଣାରେ ଗୁରୁତର ଥିବା ଛାତ୍ରୀଙ୍କୁ ବ୍ରହ୍ମପୁର ଏଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଛାତ୍ରୀ ଜଣଙ୍କର ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପ୍ରଥମେ ସେମିଳିଗୁଡା ହସ୍ପିଟାଲରେ ଚିକିତ୍ସା ପରେ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଛାତ୍ର ଜଣକ […]

22-1

Tapas Behera
  • Published: Saturday, 01 June 2019
  • , Updated: 01 June 2019, 05:10 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର):କୋରାପୁଟ ସେମିଳିଗୁଡାରେ ଜଣେ ଛାତ୍ରୀଙ୍କୁ ସହପାଠୀ ଛାତ୍ରଙ୍କ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେବା ଘଟଣାରେ ଗୁରୁତର ଥିବା ଛାତ୍ରୀଙ୍କୁ ବ୍ରହ୍ମପୁର ଏଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଛାତ୍ରୀ ଜଣଙ୍କର ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପ୍ରଥମେ ସେମିଳିଗୁଡା

ହସ୍ପିଟାଲରେ ଚିକିତ୍ସା ପରେ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଛାତ୍ର ଜଣକ ଫେରାର ହୋଇଯାଇଥିବାବେଳେ ତାଙ୍କୁ ଧରିବାକୁ ପୋଲିସ ଛାନଭିନ୍ ଜାରି ରଖିଛି ।

Related story