ଥାନା ସୀମା ବିବାଦ, ଚୋରି ମାମଲା ରୁଜୁ କରିବାକୁ ଲାଗିଲା ୧୬ ଘଣ୍ଟା

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଚୋରି ମାମଲାଟିଏ ଦେବାକୁ ଯାଇ ଅଭିଯୋଗକାରୀ ହନ୍ତସନ୍ତ। ଏ ଥାନା ସେ ଥାନା ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ରୁଜୁ ହେଲା ମାମଲା। ୧୬ ଘଣ୍ଟା ଅପେକ୍ଷା କରାଇବା ପରେ ମାମଲା ରୁଜୁ କଲା ପୁଲିସ୍। ଆଉ ଏହାର ମୂଳରେ ଥିଲା ଥାନା ସୀମା ବିବାଦ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ। ସହରର ବାପୁଜୀନଗର ବ୍ୟାଙ୍କ କଲୋନୀ ୨ୟ ଲାଇନ୍‌ରେ ରହନ୍ତି ଗଣେଶ ଦୋରା। ତାଙ୍କ ପରିବାର ଲୋକେ […]

Loot

Jitendra Garnayak
  • Published: Saturday, 15 January 2022
  • , Updated: 15 January 2022, 06:25 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଚୋରି ମାମଲାଟିଏ ଦେବାକୁ ଯାଇ ଅଭିଯୋଗକାରୀ ହନ୍ତସନ୍ତ। ଏ ଥାନା ସେ ଥାନା ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ରୁଜୁ ହେଲା ମାମଲା। ୧୬ ଘଣ୍ଟା ଅପେକ୍ଷା କରାଇବା ପରେ ମାମଲା ରୁଜୁ କଲା ପୁଲିସ୍। ଆଉ ଏହାର ମୂଳରେ ଥିଲା ଥାନା ସୀମା ବିବାଦ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ।

ସହରର ବାପୁଜୀନଗର ବ୍ୟାଙ୍କ କଲୋନୀ ୨ୟ ଲାଇନ୍‌ରେ ରହନ୍ତି ଗଣେଶ ଦୋରା। ତାଙ୍କ ପରିବାର ଲୋକେ ଗତକାଲି ଅପରାହ୍ଣ ୩ଟା ବେଳେ କୌଣସି କାମରେ ବାହାରକୁ ଯାଇଥିଲେ। ରାତି ୯ଟା ବେଳେ ଫେରିବା ପରେ ଦେଖିଲେ ଘରୁ ଚୋରି ହୋଇଛି। ଘରୁ ୨୩ ଭରି ସୁନା ଓ ୧୦ ଭରି ରୁପା ଅଳଙ୍କାର ସହିତ ୭୫ ହଜାର ଟଙ୍କା ଚୋରି ହୋଇଥିଲା। ଚୋରମାନେ ଘରର ପଛପଟ ଝରକା ଭାଙ୍ଗି ପଶିଥିଲେ ଓ ଦୁଇଟି ଆଲମିରା ଭାଙ୍ଗି ସବୁ ଟଙ୍କା ଏବଂ ଅଳଙ୍କାର ଲୁଟି ନେଇଥିଲେ।

ଗଣେଶ ଗତକାଲି ରାତିରେ ଏନେଇ ବୈଦ୍ୟନାଥପୁର ଥାନାକୁ ଯାଇଥିଲେ। କିନ୍ତୁ ସେଠାରୁ ତାଙ୍କୁ ସଦର ଥାନାକୁ ପଠାଇ ଦିଆଯାଇଥିଲା। ସଦର ଥାନା ତାଙ୍କୁ ପୁଣି ବୈଦନାଥପୁର ଥାନା ପଠାଇଲେ। ଏମିତିରେ ସକାଳ ହୋଇଗଲା ସିନା ମାମଲା ରୁଜୁ ହୋଇପାରିଲା ନାହିଁ। ଶେଷରେ ଦୁଇ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେମାନେ ସେଠାରେ ପହଞ୍ଚିବା ପରେ ସେହି ସ୍ଥାନ କେଉଁ ଥାନା ଅଞ୍ଚଳରେ ଯାଉଛି, ପ୍ରଥମେ ତାହା ଖୋଜିବାକୁ ଲାଗିଲେ। ପରେ ଅଭିଯୋଗ ପହଞ୍ଚିଲା ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ। ତାଙ୍କ ନିର୍ଦ୍ଦେଶ ପରେ ବୈଦ୍ୟନାଥପୁର ଥାନାରେ ଗଣେଶଙ୍କ ଚୋରି ମାମଲା ରୁଜୁ ହେଲା। ଏହି ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏଏସ୍‌ପି ରମେଶ ଚନ୍ଦ୍ର ସେଠୀ।

ଅନ୍ୟପକ୍ଷରେ ମାମଲାଟିଏ ରୁଜୁ କରିବାକୁ ୧୬ ଘଣ୍ଟା ଲଗାଇ ଦେଇଥିବା ପୁଲିସ୍ ଚୋରଙ୍କୁ କେତେ ଦିନ ପରେ ଧରୁଛି, ତାହା ଦେଖିବାକୁ ବାକି ରହିଲା ବୋଲି ସହରରେ ଆଲୋଚନା ହେଉଛି।

Related story