ମାହାଙ୍ଗା ଡ଼ବଲ୍‌ ମର୍ଡର ମାମଲାରେ ମାସେ ସମୟ ମାଗିଲା ପୁଲିସ୍‌

ସାଲେପୁର (ମନୋଜ ଆଚାର୍ଯ୍ୟ): ମାହାଙ୍ଗା ବହୁ ଚର୍ଚ୍ଚିତ ଡ଼ବଲ ମର୍ଡର ମାମଲାରେ ଆଜି ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ପୁଲିସ ପୁନଃ ତଦନ୍ତ ରିପୋର୍ଟ ଓ ମନ୍ତ୍ରୀଙ୍କ ତିନି ସହଯୋଗୀଙ୍କ ସିଡିଆର୍‌ ଦାଖଲ ହେବା କଥା। ହେଲେ ପୁଲିସ୍‌ ମାମଲାରେ ଟାଇମ୍‌ ପିଟିସନ୍‌ ଦାଖଲ କରି ମାସେ ସମୟ ମାଗିଛି। ସେପଟେ ଏତଲାକାରୀ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଆଜି ଆଉ ଏକ ପିଟିସନ୍‌ ଦାଖଲ କରିଛନ୍ତି। ମାତ୍ର ଜେଏମ୍‌ଏଫ୍‌ସି କୋର୍ଟର ବିଚାରପତି ଛୁଟିରେ ଥିବାରୁ ଉଭୟ ମାମଲାର […]

kulamani-murder.jpg1_

Manoranjan Sial
  • Published: Monday, 29 November 2021
  • , Updated: 29 November 2021, 05:55 PM IST

ସାଲେପୁର (ମନୋଜ ଆଚାର୍ଯ୍ୟ): ମାହାଙ୍ଗା ବହୁ ଚର୍ଚ୍ଚିତ ଡ଼ବଲ ମର୍ଡର ମାମଲାରେ ଆଜି ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ପୁଲିସ ପୁନଃ ତଦନ୍ତ ରିପୋର୍ଟ ଓ ମନ୍ତ୍ରୀଙ୍କ ତିନି ସହଯୋଗୀଙ୍କ ସିଡିଆର୍‌ ଦାଖଲ ହେବା କଥା। ହେଲେ ପୁଲିସ୍‌ ମାମଲାରେ ଟାଇମ୍‌ ପିଟିସନ୍‌ ଦାଖଲ କରି ମାସେ ସମୟ ମାଗିଛି। ସେପଟେ ଏତଲାକାରୀ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଆଜି ଆଉ ଏକ ପିଟିସନ୍‌ ଦାଖଲ କରିଛନ୍ତି। ମାତ୍ର ଜେଏମ୍‌ଏଫ୍‌ସି କୋର୍ଟର ବିଚାରପତି ଛୁଟିରେ ଥିବାରୁ ଉଭୟ ମାମଲାର ବିଚାର ହୋଇପାରି ନାହିଁ।

ଚଳିତ ବର୍ଷ ଜାନୁଆରୀ ଦୁଇ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା। ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ।

ଜେଏମ୍‌ଏଫ୍‌ସି କୋର୍ଟ ମାମଲାକୁ ବିଚାର କରି ୨୯ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ମନ୍ତ୍ରୀଙ୍କ ତିନି ସହଯୋଗୀଙ୍କ ସିଡିଆର୍‌ ଦାଖଲ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ପୁଲିସ ରିପୋର୍ଟ ଦାଖଲ କରିବା ପରିବର୍ତ୍ତେ ମାମଲାକୁ ଗଡ଼ାଇବା ପାଇଁ ମାସେ ସମୟ ମାଗିଛି। ପୁଲିସ୍‌ ଜାଣିଶୁଣି ମାମଲାକୁ ଗଡ଼ାଉଛି ବୋଲି ରମାକାନ୍ତ ଅଭିଯୋଗ କରିଛନ୍ତି। ଏନେଇ କୋର୍ଟଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଉକ୍ତ ହାଇପ୍ରୋଫାଇଲ୍‌ ମାମଲାକୁ ବିଚାର କରୁଥିବା ବିଚାରପତି ଛୁଟିରେ ଥିବାରୁ ମାମଲାର ବିଚାର ହୋଇପାରି ନାହିଁ।

ନିୟମ ଅନୁସାରେ ଟେଲିକାମ୍‌ କମ୍ପାନୀ ଗୁଡ଼ିକ ଏକ ବର୍ଷ ପର୍ଯ୍ୟନ୍ତ କଲ୍‌ ରେକର୍ଡକୁ ସୁରକ୍ଷିତ କରି ରଖିଥାଆନ୍ତି। ଏକ ବର୍ଷ ପରେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ କଲ୍‌ ରେକର୍ଡକୁ କମ୍ପାନୀ ଡିଲିଟ୍‌ କରିଥାଏ। ତେଣୁ ପୁଲିସ୍‌ ଜାଣିଶୁଣି ମାସ ସମୟ ନେଉଛି। ଯାହାଫଳରେ କଲ୍‌ ଡିଟେଲସ୍‌ ଆଉ ମିଳିପାରିବନି। ପ୍ରମାଣ ନଷ୍ଟ ହୋଇଯିବ। ସେଥିପାଇଁ ପୁଲିସ ମାସେ ସମୟ ମାଗିଛି ବୋଲି ରମାକାନ୍ତ ଅଭିଯୋଗ କରିଛନ୍ତି। ତେଣୁ ପୁଲିସ୍‌ ତୁରନ୍ତ ସିଡିଆର୍‌ ରିପୋର୍ଟ କୋର୍ଟରେ ଦାଖଲ କରୁ ବୋଲି ରମାକାନ୍ତ ଆଜି ପୁଣି ଥରେ କୋର୍ଟଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ରମାକାନ୍ତ କହିଛନ୍ତି-“ସାକ୍ଷୀମାନଙ୍କୁ ପ୍ରଭାବିତ ଗଡ଼ାଇବା ପାଇଁ ପୁଲିସ୍‌ ସମୟ ଗଡ଼ାଇ ଚାଲିଛି। ବର୍ଷେ ହୋଇଗଲେ ଯେମିତି ସିଡିଆର୍‌ ରିପୋର୍ଟ ନଷ୍ଟ ହୋଇଯିବ, ସେକଥା ପୁଲିସ ଚାହୁଁଛି। ଯେହେତୁ ଏହି ମାମଲାରେ ମନ୍ତ୍ରୀ ନିଜେ ଅଛନ୍ତି, ତାଙ୍କ ବିରୋଧରେ ପୁଲିସ କଣ ପକ୍ଷେପ ନେବ? ତେଣୁ ସେମାନଙ୍କ ଉପରେ ଚାପ ରହୁଛି।”

Related story