ଆଇନ୍‌କୁ ଆଖିଠାର: ବଲାଙ୍ଗିରରେ ଚାଲିଛି ଖୁଲମ୍‌ ଖୁଲା ପଲିଥିନ ବ୍ୟବହାର

ବଲାଙ୍ଗିର (ସସ୍ମିତା ସାହୁ): ସବୁ ଆଇନ୍‌ କାନୁନ୍‌କୁ ଫୁ’ କରି ପୁଣି ବଲାଙ୍ଗିର ସହରରେ କାୟା ବିସ୍ତାର କରିବାରେ ଲାଗିଛି ପଲିଥିନ। ଯେଉଁଠି ଦେଖିବ ମାଳ ମାଳ ପଲିଥିନ ପଡ଼ିଛି। ଗତ କିଛିଦିନ ତଳେ ସହର ମଧ୍ୟରେ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଯାଇଥିଲା। ହେଲେ ଦୋକାନ, ବଜାର ସବୁଠି ଖୁଲମ ଖୁଲା ପଲିଥିନ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ସହରର ବିଭିନ୍ନ ଗଳି କନ୍ଦିରେ ଯେଉଁ ସବୁ ଅଳିଆ ଜମୁଛି ସେଥିରେ ପଲିଥିନର ମାତ୍ରା ଅଧିକ। […]

Polithin

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 08:48 PM IST

ବଲାଙ୍ଗିର (ସସ୍ମିତା ସାହୁ): ସବୁ ଆଇନ୍‌ କାନୁନ୍‌କୁ ଫୁ’ କରି ପୁଣି ବଲାଙ୍ଗିର ସହରରେ କାୟା ବିସ୍ତାର କରିବାରେ ଲାଗିଛି ପଲିଥିନ। ଯେଉଁଠି ଦେଖିବ ମାଳ ମାଳ ପଲିଥିନ ପଡ଼ିଛି। ଗତ କିଛିଦିନ ତଳେ ସହର ମଧ୍ୟରେ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଯାଇଥିଲା। ହେଲେ ଦୋକାନ, ବଜାର ସବୁଠି ଖୁଲମ ଖୁଲା ପଲିଥିନ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି।

ସହରର ବିଭିନ୍ନ ଗଳି କନ୍ଦିରେ ଯେଉଁ ସବୁ ଅଳିଆ ଜମୁଛି ସେଥିରେ ପଲିଥିନର ମାତ୍ରା ଅଧିକ। ବିଭିନ୍ନ ନାଳ, ନର୍ଦ୍ଦମା, ପୋଖରୀ ତଥା ବିଭିନ୍ନ ଜଳାଶୟ ନିକଟରେ ପଲିଥିନ ଜମା ହୋଇ ରହିଥିବା ଦ୍ୱାରା ପାଣି ଦୂଷିତ ହେବାରେ ଲାଗିଛି। ଏପରି ସ୍ଥିତିରେ ସହର ମଧ୍ୟରେ ପଲିଥିନ ବ୍ୟବହାରକୁ ନିଷେଧ କରିବା ପାଇଁ ଜାଗାଜାଗାରେ ସଭା, ସମିତି ଆୟୋଜନ କରାଇ ଲୋକଙ୍କୁ ସଚେତନ କରାଯାଉଛି। ହେଲେ ଏହାର ଲାଭ କିଛି ହେଉନାହିଁ। ପ୍ରଶାସନ ମଧ୍ୟ କୌଣସି ଉଚିତ ପଦକ୍ଷେପ ନେଉନାହିଁ।

Related story