ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ହଟଚମଟ
Ordigital Desk
• Published: Sunday, 03 June 2018
• , Updated: 03 June 2018, 09:34 PM IST
ପୁରୀ (ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସରକାର ଚୁପ ରହିବା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କ ରହସ୍ୟମୟ ନିରବତାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ସଦସ୍ୟ। ଏପରିକି ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି ବି କରିଛି ସଂଗଠନ।
ସରକାରୀଙ୍କ ଦାୟିତ୍ୱହୀନତା ପ୍ରତିବାଦ ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚର କର୍ମକର୍ତ୍ତା ଆଜି ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଆଇନମନ୍ତ୍ରୀଙ୍କ ଇସ୍ତଫା, ନହେଲେ ବହିଷ୍କାର ଦାବି କରିଥିଲେ।
ପୁରୀ ଶଙ୍କରାଚାର୍ଯ୍ୟ ମଧ୍ୟ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ଚାବି ହଜିଲା ତା’ର ଅନୁଧ୍ୟାନ କରାଯାଉ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ବି ତେଜିବାରେ ଲାଗିଛି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଛି ରାଜ୍ୟ ସରକାର ଜଗନ୍ନାଥଙ୍କ ସହ ସାଢ଼େ ୪କୋଟି ଓଡ଼ିଆଙ୍କ ଭାବେବେଗ ସହ ଖେଳୁଛନ୍ତି। ଚାବି ହଜିଥିବା ସତ୍ୟ ନା ମିଥ୍ୟା, ସରକାର ଏଯାଏ କ’ଣ ପଦକ୍ଷେପ ନେଇଛନ୍ତି ସେ ବାବଦରେ ନିଜେ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିବାକୁ ଦଳ ଦାବି କରିଛି।
ପୁରୀ ଯୁବ କଂଗ୍ରେସ ମଧ୍ୟ ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇ। ୧୯୭୮ରୁ ୨୦୧୮ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଚାବି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ଅନ୍ୟପକ୍ଷରେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ସାମ୍ବାଦିକଙ୍କ ଏସଂପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା।
Related story