Advertisment

ପୁଣି ନେତା-ଅଫିସର ମୁହାଁମୁହିଁ; ଭିଡିଓ ଭାଇରାଲ

ବାଲିଗୁଡ଼ା (ଅଜିତ ନାୟକ): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ବିବାଦ ପରଠୁ ନେତା ଓ ଅଫିସର ମୁହାଁମୁହିଁ ହେବା ଭଳି ଘଟଣା ଗୋଟିଏ ପରେ ଗୋଟିଏ ଘଟୁଛି। ସଦ୍ୟ ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକରେ, ଯାହାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ବାଲିଗୁଡ଼ା ବିଜେଡି ବିଧାୟକ ଚକ୍ରମଣି କହଁର ଓ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଳିକ ବାଲିଗୁଡ଼ା ବିଡିଓଙ୍କ ଅଫିସ୍ […]

ପୁଣି ନେତା-ଅଫିସର ମୁହାଁମୁହିଁ; ଭିଡିଓ ଭାଇରାଲ

Viral Video

Advertisment

ବାଲିଗୁଡ଼ା (ଅଜିତ ନାୟକ): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ବିବାଦ ପରଠୁ ନେତା ଓ ଅଫିସର ମୁହାଁମୁହିଁ ହେବା ଭଳି ଘଟଣା ଗୋଟିଏ ପରେ ଗୋଟିଏ ଘଟୁଛି। ସଦ୍ୟ ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକରେ, ଯାହାର ଭିଡିଓ ଭାଇରାଲ ହେଉଛି।

Advertisment

ଭିଡିଓରେ ଦେଖିବାକୁ ମିଳିଛି, ବାଲିଗୁଡ଼ା ବିଜେଡି ବିଧାୟକ ଚକ୍ରମଣି କହଁର ଓ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଳିକ ବାଲିଗୁଡ଼ା ବିଡିଓଙ୍କ ଅଫିସ୍ କକ୍ଷରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି। ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଡିଓଙ୍କୁ ଅଙ୍ଗୁଳି ଦେଖାଇ ଚିତ୍କାର କରୁଛନ୍ତି। ସ୍ୱର ଉଚ୍ଚ ନକଲେ ମଧ୍ୟ ବିଡିଓ ନିଜ ପକ୍ଷ ରଖୁଛନ୍ତି।

ଯୁକ୍ତିତର୍କ ବେଳେ ବିଧାୟକଙ୍କୁ ବିଡିଓ କହୁଛନ୍ତି, ଆପଣ ବୁଝୁନାହାନ୍ତି। ଅନ୍ୟପକ୍ଷରେ ବିଧାୟକ ତାଙ୍କୁ କହୁଛନ୍ତି, କ’ଣଟା ବୁଝିବି? ବିଡିଓ କହିଛନ୍ତି ଯେ ସେ ଆଇନ ଅନୁସାରେ ଚାଲିଛନ୍ତି। ଜବାବରେ ବିଧାୟକ କହିଛନ୍ତି ଯେ ଆପଣ ଆଇନରେ ଚାଲୁଛନ୍ତି, ଆମେ ଆଇନରେ ଚାଲୁନୁ।

Advertisment

ତା’ ଭିତରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଳିକ ବଡ଼ ପାଟିରେ ବିଡିଓଙ୍କୁ କହିଛନ୍ତି ଯେ ସେ ଓଭରସ୍ମାର୍ଟ ହେଉଛନ୍ତି। ତା’ସହିତ କିଛି କାମ ପାଇଁ ୫ ଦିନ ସମୟ ଦେଇଛନ୍ତି ଏବଂ କାମ କରିବାକୁ ଇଚ୍ଛା ନଥିଲେ ଜିଲ୍ଲାପାଳ ବା ଆଉ କାହାକୁ କହି ଏଠାରୁ ବଦଳି ହୋଇଯା’ନ୍ତୁ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ତାଙ୍କୁ କହିଛନ୍ତି।

ଏହି ସମୟରେ ବିଡିଓଙ୍କ କକ୍ଷରେ ଆଉ କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ। ତେବେ କଥାଟା କ’ଣ? କାହିଁକି ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏକାଠି ଆସି ବିଡିଓଙ୍କ ଉପରେ ବର୍ଷିଲେ?

ସୂଚନା ଅନୁଯାୟୀ, ନିଶାବତୀ ମଳିକ ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ବିଡିଓ ଜଗଦୀଷ ଷଡ଼ଙ୍ଗୀ ତାଙ୍କୁ ଅଣଦେଖା କରୁଥିବା ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜାଣିବାକୁ ପାଇଥିଲେ। ଏହା ପରେ ଦୁହେଁ ବ୍ଲକ୍ ଅଫିସ୍‌କୁ ଆସିଥିଲା। ବ୍ଳକ୍ ଅଧ୍ୟକ୍ଷଙ୍କୁ ସେ କାହିଁକି ଅଣଦେଖା କରୁଛନ୍ତି ବୋଲି ବିଡିଓଙ୍କୁ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଶ୍ନ କରିଥିଲେ। ବିଡିଓ ଏହାକୁ ଅସ୍ୱୀକାର କରିବା ପରେ ସେମାନଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି କଥା କଟାକଟି ହୋଇଥିଲା।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଳିକ ବିଡିଓଙ୍କୁ କହିଥିଲେ ଯେ ସେ ବ୍ଲକ୍ ଅଧ୍ୟକ୍ଷଙ୍କୁ ସହଯୋଗ କରି କାମ କରନ୍ତୁ। ଯଦି କାମ କରିବାର ଇଚ୍ଛା ନାହିଁ ତା’ହେଲେ ଜିଲ୍ଲାପାଳ ବା ଆଉ କାହାକୁ କହି ଅନ୍ୟ ସ୍ଥାନକୁ ବଦଳି ହୋଇ ଚାଲି ଯାଆନ୍ତୁ।

ଏବେ ଏହି ଭିଡିଓ କନ୍ଧମାଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଥିବା ବେଳେ ସେଠାକାର ବିଡିଓଙ୍କ ସହିତ ତାଙ୍କର ମୁହାଁମୁହିଁ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଥିଲା। ଅବଶ୍ୟ ଶେଷରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ବିଧାୟକଙ୍କୁ କ୍ଷମା ମାଗିଥିଲେ ବିଡିଓ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe