ପାଟକୁରା ସ୍ଥିତି ନେଇ ନିର୍ବାଚନ କମିଶନଙ୍କୁ ମିଥ୍ୟା ଚିତ୍ର ଦିଆଯାଇଛି: ବିଜୟ ମହାପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପାଇଁ ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ୨ ମାସ ପାଇଁ ଘୁଞ୍ଚାଇ ଦେଇଥିବା ବେଳେ ବର୍ଷାଦିନ ଆସିବା ପୂର୍ବରୁ ଏଠାରେ ନିର୍ବାଚନ କରାଇବାକୁ ବିଜେପି ଦାବି କରିଛି। ଗତକାଲି ବିଜେପିର ଏକ ଟିମ୍ ଏନେଇ ନିର୍ବାଚନ କମିଶନଙ୍କୁ ଭେଟିଥିଲା। ଆଉ ଏ ପ୍ରସଙ୍ଗରେ ଆଜି ବିଜେପିର ପାଟକୁରା ପ୍ରାର୍ଥୀ ବିଜୟ ମହାପାତ୍ର ବି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଦଳ ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ […]

bijayamohapatra

bijayamohapatra

Jitendra Garnayak
  • Published: Thursday, 09 May 2019
  • Updated: 09 May 2019, 08:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପାଇଁ ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ୨ ମାସ ପାଇଁ ଘୁଞ୍ଚାଇ ଦେଇଥିବା ବେଳେ ବର୍ଷାଦିନ ଆସିବା ପୂର୍ବରୁ ଏଠାରେ ନିର୍ବାଚନ କରାଇବାକୁ ବିଜେପି ଦାବି କରିଛି। ଗତକାଲି ବିଜେପିର ଏକ ଟିମ୍ ଏନେଇ ନିର୍ବାଚନ କମିଶନଙ୍କୁ ଭେଟିଥିଲା। ଆଉ ଏ ପ୍ରସଙ୍ଗରେ ଆଜି ବିଜେପିର ପାଟକୁରା ପ୍ରାର୍ଥୀ ବିଜୟ ମହାପାତ୍ର ବି ମୁହଁ ଖୋଲିଛନ୍ତି।

ସେ କହିଛନ୍ତି, ଦଳ ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିଶନଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି। ଆମର ଅଭିଯୋଗ ପରେ ନିର୍ବାଚନ କମିଶନ ବାସ୍ତବତାକୁ ଉପଲବ୍ଧି କରିଥିବେ। ପାଟକୁରାରେ ସ୍ଥିତି ସ୍ୱାଭାବିକ ଅଛି। ନିର୍ବାଚନକୁ ୨ ମାସ କାହିଁକି ଘୁଞ୍ଚାଯିବ?

ଶ୍ରୀ ମହାପାତ୍ର କହିଛନ୍ତି, ନିର୍ବାଚନ କମିଶନଙ୍କୁ ପାଟକୁରା ସଂପର୍କରେ ଭୁଲ୍ ତଥ୍ୟ ଦିଆଯାଇଛି। ‘ଫୋନି’ ଯୋଗୁ ଏଠାରେ ଭୟାବହ ସ୍ଥିତି ସୃଷ୍ଟି ହୋଇଛି ବୋଲି ଭାବି ନିର୍ବାଚନ କମିଶନ ନିର୍ବାଚନକୁ ଦୁଇ ମାସ ଘୁଞ୍ଚାଇ ଦେଇଛନ୍ତି। ତେବେ ‘ଫୋନି’ ଯୋଗୁ ପୁରୀ ଓ ଖୋର୍ଦ୍ଧା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାରେ କେନ୍ଦ୍ରାପଡ଼ା ଓ ପାଟକୁରାରେ କ୍ଷୟକ୍ଷତି ହୋଇଛି। କିନ୍ତୁ ଏଠାରେ ଭୟାବହ ସ୍ଥିତି ଉପୁଜି ନାହିଁ।

ସେ ଆହୁରି କହିଛନ୍ତି, ପାଟକୁରାରେ ସ୍ଥିତି ଭୟଙ୍କର ଥିବା ନେଇ ସରକାରୀ ଅଫିସରମାନେ ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେଇଛନ୍ତି। ନିର୍ଦ୍ଦିଷ୍ଟ ରାଜନୈତିକ ଉଦ୍ଦେଶ୍ୟ ରଖି ସେମାନେ ଏମିତି କରିଛନ୍ତି। ସେମାନେ ଏବେ ସମ୍ମୁଖକୁ ଆସି ନିଜ ଭୁଲ୍ ମାନିନେବା ଉଚିତ୍। ପ୍ରଥମେ ମୁଖ୍ୟମନ୍ତ୍ରୀ ନିଜେ ସାମ୍ନାକୁ ଆସି ମୁହଁ ଖୋଲିବା ଉଚିତ୍। କାରଣ ସେ ହିଁ ଏ ପ୍ରସଙ୍ଗର ସ୍ରଷ୍ଟା। ସେ ପ୍ରଥମେ ଦିଲ୍ଲୀ ଯାଇ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ କହିଥିଲେ।

ଏହା ସହିତ ‘ଫୋନି’ ପରବର୍ତ୍ତୀ ସ୍ଥିତି ନେଇ ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ସବୁଠି ଅବ୍ୟବସ୍ଥା ଲାଗି ରହିଛି। ୧୯୯୯ ମହାବାତ୍ୟା ପରେ ବି ଏଭଳି ଅବ୍ୟବସ୍ଥା ନଥିଲା। ଲୋକଙ୍କ ଥଇଥାନ ଏବଂ ରିଲିଫ୍ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ସବୁ କଥାରେ ଖାଲି ବ୍ୟବସାୟିକ ମନୋଭାବ ରଖୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story