ବିମାନବନ୍ଦର ଅଘଟଣକୁ ନେଇ ରାଜନୀତି ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟର ଦୁଇ ଟର୍ମିନାଲର ଲିଙ୍କ୍ ବିଲ୍ଡିଂ ଭୁଶୁଡ଼ିବା ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ରାଜ୍ୟର ୩ ପ୍ରମୁଖ ଦଳ ଏହାକୁ ନେଇ କାଦୁଅ ଫୋପଡ଼ା ଫୋପଡ଼ି ଆରମ୍ଭ କରିଦେଲେଣି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପି ପରି ବିଜେଡି ଏପରି ଘଟଣାକୁ ନେଇ ରାଜନୀତିକରଣ କରୁ ନାହିଁ। କିନ୍ତୁ ଏହାର ତଦନ୍ତ ହେଉ, ଦୋଷୀକୁ ଦଣ୍ଡ ମିଳୁ । ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସେମାନଙ୍କ ପରିବାରକୁ ଉପଯୁକ୍ତ […]

kali

Niharika Rout
  • Published: Saturday, 25 January 2020
  • , Updated: 25 January 2020, 02:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟର ଦୁଇ ଟର୍ମିନାଲର ଲିଙ୍କ୍ ବିଲ୍ଡିଂ ଭୁଶୁଡ଼ିବା ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ରାଜ୍ୟର ୩ ପ୍ରମୁଖ ଦଳ ଏହାକୁ ନେଇ କାଦୁଅ ଫୋପଡ଼ା ଫୋପଡ଼ି ଆରମ୍ଭ କରିଦେଲେଣି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପି ପରି ବିଜେଡି ଏପରି ଘଟଣାକୁ ନେଇ ରାଜନୀତିକରଣ କରୁ ନାହିଁ। କିନ୍ତୁ ଏହାର ତଦନ୍ତ ହେଉ, ଦୋଷୀକୁ ଦଣ୍ଡ ମିଳୁ । ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସେମାନଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି କରିଛନ୍ତି ସସ୍ମିତ ପାତ୍ର।

ସେପଟେ ଏହି ଘଟଣାରେ ବିଜେଡି ଆଣିଥିବା ଅଭିଯୋଗକୁ କଡା ସମାଲୋଚନା କରିଛି ବିଜେପି। ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଆମେ ଏହାକୁ ରାଜନୀତିକରଣ କରୁନୁ ବୋଲି ସେ କହିବା ସହ ବମିଖାଲ ବ୍ରିଜ୍ ଭୁଶୁଡ଼ିବା ପ୍ରସଙ୍ଗ ଉଠାଇଛନ୍ତି ।

ସେ କହିଛନ୍ତି, ବମିଖାଲ ବ୍ରିଜ ଦୁର୍ଘଟଣା ବେଳେ ଏହାର ତଦନ୍ତ ନିମନ୍ତେ SRC ଯାଇ ନ ଥିବା ବେଳେ ଏଠି କ’ଣ ପାଇଁ ଏହି ତଦନ୍ତର ଆବଶ୍ୟକତା ପଡ଼ିଲା। ସେତେବେଳର ପୂର୍ତ୍ତ ସଚିବଙ୍କୁ ଡାକି ନିର୍ବାଚନରେ ଟିକେଟ୍ ମଧ୍ୟ ଦିଆଯାଇଥିବା କହିଛନ୍ତି ଗୋଲକ। ଠିକାଦାର ଦିଲୀପଙ୍କୁ ବଞ୍ଚାଇବା ପାଇଁ ସସ୍ମିତ ଏପରି ମନ୍ତବ୍ୟ ଦେଇଥାଇପାରନ୍ତି ।

ଦିଲୀପଙ୍କ ସହ କେଉଁ ଅଫିସର ଓ ବିଜେଡି ନେତାଙ୍କ ସମ୍ପର୍କ, ତାହା ସ୍ପଷ୍ଟ ହେଉ ବୋଲି କହିଛନ୍ତି ଏହି ବରିଷ୍ଠ ବିଜେପି ନେତା। କେଉଁ ବିଜେଡି ସାଂସଦଙ୍କ ସହ ଠିକାଦାର ଦିଲୀପଙ୍କ ସମ୍ପର୍କ ରହିଛି ରାଜ୍ୟ ସରକାର ତାଙ୍କୁ କେତୋଟି ନିର୍ମାଣ କାମ ଦେଇଛନ୍ତି ତାହାର ଖୁଲାସା କରନ୍ତୁ ବୋଲି ସେ ଦାବି ଜଣାଇଛନ୍ତି।

ଅନ୍ୟପଟେ ଏହି ମାମଲାରେ CBI ତଦନ୍ତ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଏହା ଏକ ବଡ଼ ଧରଣର ଅଘଟଣ, ଦିନରେ ହୋଇଥିଲେ ବହୁତ ଜୀବନ ଯାଇଥାନ୍ତା । ଦାୟତ୍ୱହୀନତା ପାଇଁ ଏପରି ଘଟିଲା।  କଣ୍ଟ୍ରାକ୍ଟରକୁ ଧରାଯିବା ସହ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରି ଦିଆଯାଉ ବୋଲି କହିଛନ୍ତି ସୁର। ଏହି ଦୁର୍ଘଟଣା ପାଇଁ ରାଜ୍ୟ ସରକାର ନୁହେଁ, ଭାରତ ସରକାର ଦାୟୀ ବୋଲି କହିଛନ୍ତି ସୁର ରାଉତରାୟ।

Related story