ରାଜ୍ୟରେ ମୋଦି କେୟାର କାର୍ଯ୍ୟକାରିତା ନେଇ କସରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ବା ମୋଦି କେୟାର ଲାଗୁ ପାଇଁ କସରତ।  କେନ୍ଦ୍ର ସରକାରଙ୍କ ଆଯୁଷ୍ମାନ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିଛନ୍ତି। ରାଜ୍ୟ ସରକାର କହିଛନ୍ତି ଯୋଜନାକୁ ଲାଗୁ କରାଯିବ କି ନାହିଁ ସେ ନେଇ ଏବେ ନିଷ୍ପତ୍ତି ହୋଇନି।  ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ପିଏମ୍ କିଷାନ ସହ ମିଶାଇବାକୁ ନେଇ […]

v-88

Tapaswini Nayak
  • Published: Tuesday, 04 June 2019
  • , Updated: 04 June 2019, 07:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ବା ମୋଦି କେୟାର ଲାଗୁ ପାଇଁ କସରତ।  କେନ୍ଦ୍ର ସରକାରଙ୍କ ଆଯୁଷ୍ମାନ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିଛନ୍ତି।

ରାଜ୍ୟ ସରକାର କହିଛନ୍ତି ଯୋଜନାକୁ ଲାଗୁ କରାଯିବ କି ନାହିଁ ସେ ନେଇ ଏବେ ନିଷ୍ପତ୍ତି ହୋଇନି।  ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ପିଏମ୍ କିଷାନ ସହ ମିଶାଇବାକୁ ନେଇ ଗତ ସପ୍ତାହରେ  ମୁଖ୍ୟଶାସନ ସଚିବ ଲେଖିଥିବା ଚିଠିରେ ୨ ଟି ସର୍ତ୍ତ ବିଷୟରେ ଉଲ୍ଲେଖ କରିଛନ୍ତି । ତେବେ କଥା ଅଟକିଛି ମାଗଣା ଚିକିତ୍ସା ପାଇଁ  ପିଏମ କିଷାନରେ କେନ୍ଦ୍ର କେତେ ଅର୍ଥ ଦେବ।

ତେବେ ଯାହା ଜଣାପଡ଼ୁଛି ମୋଦି କେୟାରକୁ ଆପଣାଇ ପାରନ୍ତି ନବୀନ ସରକାର। ଓଡ଼ିଶାରେ ମୋଦି କେୟାର ଯୋଜନା ଲାଗୁ ପାଇଁ ଆଜି ଆରମ୍ଭ ହୋଇଛି ସରକାରୀସ୍ତରରେ ବିଧିବଦ୍ଧ କସରତ ଆୟୁଷ୍ମାନ ଯୋଜନାର ସିଇଓ ଇନ୍ଦୁ ଭୁଷଣ ପୁରା ଟିମ୍ ସହ ଆଜି ଦୁଇଟି ପର୍ଯ୍ୟାୟରେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରଛନ୍ତି । ତେବେ ଓଡ଼ିଶାରେ ବର୍ତ୍ତମାନ ସ୍ଥିତରେ ଏହାକୁ କାର୍ଯ୍ୟକାରୀ ହେବକି ନାହିଁ କେହି ସ୍ପଷ୍ଟ କରିନାହାନ୍ତି।

ନିର୍ବାଚନ ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ଆୟୁଷ୍ମାନ ଠାରୁ ଭଲ ବୋଲି କହି ସରକାର ଏହାକୁ ଗ୍ରହଣ କରିବାକୁ ରୋକ୍‌ଠୋକ ମନା କରିଦେଇଥିଲେ। ଏ ନେଇ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଭିନ୍ନ ନିର୍ବାଚନୀ ସଭାରେ ନବୀନଙ୍କୁ କଟାକ୍ଷ କରିଥିଲେ। ଏପଟେ ରାଜ୍ୟ ସରକାର ଏହାକୁ ନିର୍ବାଚନୀ ଆୟୁଧ କରିବା ସହ ପ୍ରଚାର ପୂର୍ବରୁ  ମହିଳାଙ୍କ ପାଇଁ  ସ୍ୱାସ୍ଥ୍ୟ ବୀମାକୁ ୭ ଲକ୍ଷରୁ ୧୦ ଲକ୍ଷକୁ ବଢାଇବେ ବୋଲି ଘୋଷଣା କରିଥିଲେ।  ଏପରିକି ସୋଶାଲ ମିଡିଆରେ ନିଜ ସରକାରର ଯୋଜନା ବେଶି ଭଲ ବୋଲି ପ୍ରଚାର କରିଥିଲା ବିଜେଡି। ଏବେ ନବୀନ ସରକାରର ଆଭିମୁଖ୍ୟ ନେଇ ବିଜେପି କଟାକ୍ଷ କରିଥିବା ବେଳେ ଜବାବ ରଖିଛି ବିଜେଡି ।

ଅଗଷ୍ଟ ୧୫ରେ ରାଜ୍ୟରେ ଲାଗୁ ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏଥିରେ ୭୧ ଲକ୍ଷ ହିତାଧିକାରୀଙ୍କ ସାମିଲ କରାଯାଇଛି ବୋଲି କହୁଛନ୍ତି ରାଜ୍ୟ ସରକାର।  ସେପଟେ ୨୫ ସେପେମ୍ବରରୁ ସାରା ଦେଶରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ଯୋଜନା ବା ମୋଦି କେୟାର। ତେବେ ଓଡିଶା ସମେତ ପଶ୍ଚିମବଙ୍ଗ ଦିଲ୍ଲୀ ଓ ତେଲେଙ୍ଗାନା ଏ ପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରି ନାହାଁନ୍ତି ।

Related story