ରୋଗୀଙ୍କୁ ବିଜେଡି ବିଧାୟକଙ୍କ ଡ୍ରେସିଂକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ-କହିଲେ ସମ୍ପୂର୍ଣ୍ଣ ଡ୍ରାମା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ସରକାରୀ ମେଡିକାଲ୍‌ରେ ରୋଗୀଙ୍କୁ ବିଜେଡି ବିଧାୟକଙ୍କ ଡ୍ରେସିଂ ଘଟଣା ରାଜନୈତିକ ମୋଡ଼ ନେଇଛି। ରାଉରକେଲା ବିଜେଡି ବିଧାୟକ ସାରଦା ନାୟକ ରାଉରକେଲା ସରକାରୀ ମେଡ଼ିକାଲ୍‌ରେ ରୋଗୀଙ୍କୁ ଡ୍ରେସିଂ କରିବା ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି। ମେଡିକାଲରେ ମୂଳ ସମସ୍ୟାର ସମାଧାନ ନକରି ଏବଂ ମେଡିକାଲର ଆନ୍ଦୋଳନରତ ଥିବା କର୍ମଚାରୀଙ୍କ ଦାବିକୁ ନଜର ଅନ୍ଦାଜ କରି କେବଳ ଲୋକ ଦେଖାଣିଆ ଭାବେ ବିଧାୟକ ଏଭଳି କାମ କରିଛନ୍ତି ବୋଲି […]

rkl-1

Tapas Behera
  • Published: Wednesday, 28 August 2019
  • , Updated: 28 August 2019, 05:16 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ସରକାରୀ ମେଡିକାଲ୍‌ରେ ରୋଗୀଙ୍କୁ ବିଜେଡି ବିଧାୟକଙ୍କ ଡ୍ରେସିଂ ଘଟଣା ରାଜନୈତିକ ମୋଡ଼ ନେଇଛି। ରାଉରକେଲା ବିଜେଡି ବିଧାୟକ ସାରଦା ନାୟକ ରାଉରକେଲା ସରକାରୀ ମେଡ଼ିକାଲ୍‌ରେ ରୋଗୀଙ୍କୁ ଡ୍ରେସିଂ କରିବା ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି। ମେଡିକାଲରେ ମୂଳ ସମସ୍ୟାର ସମାଧାନ ନକରି ଏବଂ ମେଡିକାଲର ଆନ୍ଦୋଳନରତ ଥିବା କର୍ମଚାରୀଙ୍କ ଦାବିକୁ ନଜର ଅନ୍ଦାଜ କରି କେବଳ ଲୋକ ଦେଖାଣିଆ ଭାବେ ବିଧାୟକ ଏଭଳି କାମ କରିଛନ୍ତି ବୋଲି ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି।

ରାଉରକେଲା ସରକାରୀ ହସ୍ପିଟାଲରେ ଗତ ୨୬ ତାରିଖରେ ଗ୍ରୁପ ‘ଡି’ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ରାଉରକେଲା ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ନିଜେ ହସ୍ପିଟାଲରେ ପଶି ଆନ୍ଦୋଳନରତ କର୍ମଚାରୀଙ୍କୁ ତାଗିଦ କରିବା ଘଟଣା ଭିନ୍ନ ମୋଡ଼ ନେଇଛି। ସେହିପରି ବିଧାୟକ ହସ୍ପିଟାଲରେ ପଶି ୱାର୍ଡରେ ରୋଗୀଙ୍କ ବ୍ୟାଣ୍ଡେଜ ଖୋଲିବା ଓ  ପାଟି ତୁଣ୍ଡ କରିବା କାର୍ଯ୍ୟକୁ ରାଉରକେଲା ବିଜେପି ଏବଂ କଂଗ୍ରେସ ଦଳ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବୁଧବାର ବିଜେପି ନେତା ନିହାର ରାୟଙ୍କ ନେତୃତ୍ୱରେ ଏବଂ କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ନେତୃତ୍ୱରେ ୨ ଟି ଟିମ୍‌ ସରକାରୀ ହସ୍ପିଟାଲର ସୁପରିଟେଣ୍ଡେଣ୍ଟଙ୍କୁ ଭେଟି ବିଧାୟକଙ୍କ ବିରୋଧରେ ଏତେଲା ଦେବାକୁ ଦାବି କରିଥିଲେ । ହସ୍ପିଟାଲରେ ରୋଗୀସେବା ଏକ ଡ୍ରାମା ବୋଲି କହିଛନ୍ତି ବିରୋଧୀ। ବିନା ଗ୍ଲୋବସରେ ରୋଗୀଙ୍କୁ ବିଧାୟକ କିପରି ଡ୍ରେସିଂ କଲେ  ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ ମେଡିକାଲର ନିର୍ଦ୍ଦେଶକ ଦିନବନ୍ଧୁ ପଣ୍ଡା ଅବଗତ ଥିବା କହିଛନ୍ତି। ଏହି ପ୍ରସଙ୍ଗରେ  ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ତଦନ୍ତ କରୁଥିବା କହିଥିଲେ। ଅନ୍ୟପଟେ ବିଧାୟକ ବିରୋଧୀ ଦଳଙ୍କୁ ଆସି ହସ୍ପିଟାଲରେ କାମ କରିବାକୁ ଆହ୍ୱାନ ଦେଇଛନ୍ତି ।

ସୂଚନା ଅନୁଯାୟୀ ରାଉରକେଲା ସରକାରୀ ଡାକ୍ତରଖାନାରେ ଗ୍ରୁପ୍‌-ଡି କର୍ମଚାରୀମାନେ ଦୀର୍ଘ ୨୦ ବର୍ଷ ଧରି ଡ୍ରେସିଂ, ଏକ୍ସ୍ରେ, ଅଲ୍‌ଟ୍ରାସାଉଣ୍ଡ ଓ ରସିଦ୍‌ କାଟିବା ପରି କାମ କରୁଥିଲେ। ତେବେ ଏବେ ମେଡ଼ିକାଲ୍‌ରେ ନିୟୋଜିତ ଘରୋଇ ଠିକା ସଂସ୍ଥା ପୂର୍ବରୁ କାର୍ଯ୍ୟରତ ଗ୍ରୁପ- ଡି କର୍ମଚାରୀଙ୍କୁ ସଫେଇ କାମରେ ନିୟୋଜିତ କରିବାକୁ ବାଧ୍ୟ କରୁଥିଲା।

ଯାହାକୁ ସେମାନେ ବିରୋଧ କରି ଆସୁଥିଲେ। ପରେ ଗ୍ରୁପ- ଡି କର୍ମଚାରୀମାନେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ସେମାନଙ୍କୁ ସବୁଆଡ଼ୁ ନିରାଶ ହେବାକୁ ପଡ଼ିଲା।

ନିଜର ହକ୍‌ ପାଇଁ କର୍ମଚାରୀମାନେ ଗତ ୬ ତାରିଖରୁ କଳା ବ୍ୟାଚ୍‌ ପିନ୍ଧି କାମ କରୁଥିଲେ।  ଏନେଇ ଗତ ସୋମବାର କିଛି କାମ ନକରି କଳା ବ୍ୟାଚ୍‌ ପିନ୍ଧି ଧାରଣାରେ ବସିଥିଲେ। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଅସୁବିଧାରେ ପଡ଼ିଥିଲେ। ଏହା ପରେ ରାଉରକେଲା ବିଜେଡି ବିଧାୟକ ସାରଦା ନାୟକ ମେଡ଼ିକାଲ୍‌ରେ ପହଞ୍ଚି ରୋଗୀଙ୍କ ଡ୍ରେସିଂ କରିଥିଲେ।

Related story