ରାଜଧାନୀରେ ବେଧଡ଼କ ବଢ଼ି ଚାଲିଛି ପଲିଥିନ୍: ଭୟାବହତା ଚେତାଇଲେ ପରିବେଶବିତ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପରିବେଶ ପାଇଁ ମହାବିପଦ ସାଜିଛି ପଲିଥିନ୍ । ଭଲଭାବେ ଏକଥା ଜାଣି ବି ଯେମିତି ସମସ୍ତେ କେମିତି ଅଜଣା ଭଳି ହେଉଛନ୍ତି, ତା’ର ବଡ଼ ଉଦାହରଣ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ। ଗତବର୍ଷ ଗାନ୍ଧୀ ଜୟନ୍ତୀରୁ ପଲିଥିନ୍ ବ୍ୟାନ୍ ହୋଇଥିଲେ ବି ଚାଲିଛି ଅବାଧ ବ୍ୟବହାର । ଢିଲା ପଦକ୍ଷେପ ପାଇଁ ପରିବେଶ ବିଭାଗ ଆଳ ନେଇ ଖସିଯିବାକୁ ବସିଥିବାବେଳେ ଭୟାବହତା କଥା ଚେତାଇ ଦେଇଛନ୍ତି ପରିବେଶବିତ୍। ରାଜଧାନୀରେ ପଲିଥିନ ବ୍ୟବହାର ଉପରେ କମର […]

c-76

Tapas Behera
  • Published: Wednesday, 05 June 2019
  • , Updated: 05 June 2019, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପରିବେଶ ପାଇଁ ମହାବିପଦ ସାଜିଛି ପଲିଥିନ୍ । ଭଲଭାବେ ଏକଥା ଜାଣି ବି ଯେମିତି ସମସ୍ତେ କେମିତି ଅଜଣା ଭଳି ହେଉଛନ୍ତି, ତା’ର ବଡ଼ ଉଦାହରଣ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ। ଗତବର୍ଷ ଗାନ୍ଧୀ ଜୟନ୍ତୀରୁ ପଲିଥିନ୍ ବ୍ୟାନ୍ ହୋଇଥିଲେ ବି ଚାଲିଛି ଅବାଧ ବ୍ୟବହାର । ଢିଲା ପଦକ୍ଷେପ ପାଇଁ ପରିବେଶ ବିଭାଗ ଆଳ ନେଇ ଖସିଯିବାକୁ ବସିଥିବାବେଳେ ଭୟାବହତା କଥା ଚେତାଇ ଦେଇଛନ୍ତି ପରିବେଶବିତ୍।

ରାଜଧାନୀରେ ପଲିଥିନ ବ୍ୟବହାର ଉପରେ କମର କଷିବାକୁ କମିଶନରେଟ ପୋଲିସ, ଶ୍ରମ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନେଇ ଗଠନ ହୋଇଥିଲା କମିଟି । ପ୍ରଥମେ ପ୍ରଥମେ ଚଢଉ ହେଲା । ଜରିମାନା ବି ଆଦାୟ ହେଲା । ୫୦ ମାଇକ୍ରନ ଉପରକୁ ପଲିଥିନ ବ୍ୟବହାର ପାଇଁ ଆଦେଶନାମା ମଧ୍ୟ ଜାରି ହେଲା । ହେଲେ ମାତ୍ର କିଛି ମାସ ପରେ ସବୁ ଠପ୍ । ବଜାରରେ ଖୁଲମଖୁଲା ପଲିଥିନର ବ୍ୟବହାର ଚାଲିଥିଲେ ବି ସମସ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ । ତା’ ଭିତରେ ବି ଅନେକ ସଚେତନ ଗ୍ରାହକ ଅଛନ୍ତି ଯିଏ, ପଲିଥିନ୍ ବର୍ଜନ କରି ସାଙ୍ଗରେ ବ୍ୟାଗ୍ ଆଣିବାକୁ ପସନ୍ଦ କରୁଛନ୍ତି।

ଦେଖିବାକୁ ଗଲେ ପ୍ରହସନ ପାଲଟିଛି ରାଜ୍ୟରେ ପଲିଥିନ ବ୍ୟାନ୍ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏନେଇ ମୁହଁ ଖୋଲୁନଥିବାବେଳେ ବିଭାଗୀୟ ସଚିବ ସଫେଇ ଦେଇଛନ୍ତି। କହିଛନ୍ତି ନିର୍ବାଚନ ଓ ଫୋନି ବାତ୍ୟା ପାଇଁ ଧିମା ହୋଇଛି ଚଢ଼ଉ । ତେବେ ସରକାର ତତ୍ପରତା ନଦେଖାଇଲେ ପରିବେଶ ପ୍ରତି ପଲିଥିନ୍ ମହାବିପଦ ସାଜିବ ବୋଲି ଚେତାଇ ଦେଇଛନ୍ତି ପରିବେଶବିତ୍।

Related story