ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ, ରୋଗୀ ହଟହଟା

ବଣାଇ(ରଣଜିତ୍‌ ଚୌଧୁରୀ):ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ। ହଟହଟା ହେଲେ ରୋଗୀ। ଏମିତି ଏକ ଘଟଣା ଆଜି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ବଣାଇଁ ବ୍ଲକ ଅନ୍ତର୍ଗତ ଜମକେଇ ଗ୍ରାମର ଜଣେ ରୋଗୀ ଚନ୍ଦ୍ରାବତୀ ରଣାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବଣାଇଁ ଗୁରୁଣ୍ଡିଆ ରାସ୍ତାର ତୁରାମୁରା ଗ୍ରାମ ନିକଟରେ ହଠାତ୍ ଆମ୍ବୁଲାନ୍ସଟି ଅଚଳ ହୋଇ ଆଗକୁ ଗଡ଼ି ପାରିନଥିଲା। ଫଳରେ ରୋଗୀଙ୍କ […]

fcc

Tapas Behera
  • Published: Tuesday, 03 September 2019
  • , Updated: 03 September 2019, 08:49 PM IST

ବଣାଇ(ରଣଜିତ୍‌ ଚୌଧୁରୀ):ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ। ହଟହଟା ହେଲେ ରୋଗୀ। ଏମିତି ଏକ ଘଟଣା ଆଜି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ବଣାଇଁ ବ୍ଲକ ଅନ୍ତର୍ଗତ ଜମକେଇ ଗ୍ରାମର ଜଣେ ରୋଗୀ ଚନ୍ଦ୍ରାବତୀ ରଣାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରୁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ବଣାଇଁ ଗୁରୁଣ୍ଡିଆ ରାସ୍ତାର ତୁରାମୁରା ଗ୍ରାମ ନିକଟରେ ହଠାତ୍ ଆମ୍ବୁଲାନ୍ସଟି ଅଚଳ ହୋଇ ଆଗକୁ ଗଡ଼ି ପାରିନଥିଲା। ଫଳରେ ରୋଗୀଙ୍କ ସଂପର୍କୀୟ ମାନେ ଏକ ଘରୋଇ ଗାଡିରେ ସେଠାରୁ ରାଉରକେଲାକୁ ନେଇଥିଲେ। ଏନେଇ ରୋଗୀ ଓ ତାଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Related story