ସ୍ୱାସ୍ଥ୍ୟ ସେବା ନାଁରେ ଭାଣ୍ଡାମି !

ମାଲକାନଗିରି(ଜିତେନ୍ଦ୍ର ବେଉରା):ମାଲକାନଗିରିରେ ରୋଗୀଙ୍କ ଜୀବନ ସହ ଖେଳ।  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ବର୍ଷ ବର୍ଷ ଧରି ଚାଲିଛି ଗଣ୍ଡାଗଣ୍ଡା ବେଆଇନ ରୋଗ ନିରୂପଣ କ୍ଲିନିକ୍ । ଦୁର୍ଭାଗ୍ୟର ବିଷୟ ହେଲା ଏହି କ୍ଲିନିକ୍‌ ଗୁଡ଼ିକର ରିପୋର୍ଟ ଆଧାରରେ ହିଁ ହେଉଛି ରୋଗୀଙ୍କ ଚିକିତ୍ସା । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନାକ ତଳେ ଏଭଳି ବେଆଇନ ବେପାର ଚାଲିଥିଲେ ବି କାହିଁକି ଏଯାଏଁ କାର୍ଯ୍ୟାନୁଷ୍ଠାନ ନିଆଯାଉନି ତାକୁ ନେଇ ଉଠିଛି ପ୍ରଶ୍ନ। ଗ୍ରାମାଞ୍ଚଳରେ ମାତିଛନ୍ତି କ୍ୱାକ୍, ସହରାଞ୍ଚଳରେ […]

p654

Tapas Behera
  • Published: Tuesday, 03 September 2019
  • , Updated: 03 September 2019, 08:11 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା):ମାଲକାନଗିରିରେ ରୋଗୀଙ୍କ ଜୀବନ ସହ ଖେଳ।  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ବର୍ଷ ବର୍ଷ ଧରି ଚାଲିଛି ଗଣ୍ଡାଗଣ୍ଡା ବେଆଇନ ରୋଗ ନିରୂପଣ କ୍ଲିନିକ୍ । ଦୁର୍ଭାଗ୍ୟର ବିଷୟ ହେଲା ଏହି କ୍ଲିନିକ୍‌ ଗୁଡ଼ିକର ରିପୋର୍ଟ ଆଧାରରେ ହିଁ ହେଉଛି ରୋଗୀଙ୍କ ଚିକିତ୍ସା । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନାକ ତଳେ ଏଭଳି ବେଆଇନ ବେପାର ଚାଲିଥିଲେ ବି କାହିଁକି ଏଯାଏଁ କାର୍ଯ୍ୟାନୁଷ୍ଠାନ ନିଆଯାଉନି ତାକୁ ନେଇ ଉଠିଛି ପ୍ରଶ୍ନ।

ଗ୍ରାମାଞ୍ଚଳରେ ମାତିଛନ୍ତି କ୍ୱାକ୍, ସହରାଞ୍ଚଳରେ ବେଧଡ଼କ ଚାଲିଛି ବେଆଇନ କ୍ଲିନିକ୍। ମାଲକାନଗିରିରେ ରୋଗୀଙ୍କ ସହ ଏମିତି ଚାଲିଛି ସାଂଘାତିକ ଖେଳ । ଜିଲ୍ଲାର ଗ୍ରାମାଞ୍ଚଳ ହାଟରେ ଖୁଲମଖୁଲା ବିକ୍ରି ହେଉଛି ମେଡିସିନ୍।  ଏମିତିକି କ୍ୱାକ୍ କୁନି ପିଲାଙ୍କୁ ଦେଉଛି ଇଂଜେକ୍ସନ।  ଅନ୍ୟପଟେ ରୋଗ ନିରୂପଣ ପାଇଁ ଖୋଲିଛି ଗଣ୍ଡାଗଣ୍ଡା ଅଣପଞ୍ଜୀକୃତ କ୍ଲିନିକ୍।  ବିଭିନ୍ନ ରୋଗର ପରୀକ୍ଷା କରି ଏହି କ୍ଲିନିକ ଗୁଡ଼ିକ ଦେଉଛନ୍ତି ରିପୋର୍ଟ। ଆଉ ସେହି ବେଆଇନ କ୍ଲିନିକ୍‌ ରିପୋର୍ଟ ଆଧାରରେ ରୋଗୀଙ୍କର ଚିକିତ୍ସା ବି କରାଯାଉଛି।

ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗରେ ଚାଲିଛି ଏଭଳି ଅନେକ ବେଇନ କ୍ଲିନିକ୍। ସବୁଦିନ ଶହ ଶହ ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ଏମାନେତେଣୁ ଏଠାରେ ରୋଗୀଙ୍କୁ ଯେପରି କେବଳ ଭଗବାନ ହିଁ ଭରସା

Related story