ପୋସ୍କୋ ପ୍ରକଳ୍ପ ଫ୍ରିଜ୍ କରିବା ନେଇ ସରକାରଙ୍କୁ ଜଣାଇନାହିଁ: ଖଣିମନ୍ତ୍ରୀ

ଭୁବନେଶ୍ୱର: ପୋସ୍କୋ ତା’ର ଓଡ଼ିଶା ପ୍ରକଳ୍ପକୁ ଫ୍ରିଜ୍ କରିବା ନେଇ ଏଯାଏଁ ସରକାରଙ୍କୁ ଅବଗତ କରି ନାହିଁ ବୋଲି କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ। ସେ କହିଛନ୍ତି, ପୋସ୍କୋ ପ୍ରକଳ୍ପ କରିବା ନେଇ ସରକାର ଆଶାବାଦୀ ଅଛନ୍ତି। ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି। ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ କିଛି ଅସୁବିଧା ହୋଇନାହିଁ। ବିଭିନ୍ନ ସମୟରେ ରାଜ୍ୟ ସରକାର କରିଥିବା ମୋଟ ୪୯ଟି ଏମ୍ଓୟୁରୁ ୩୨ଟି କାର୍ଯ୍ୟକାରୀ ହୋଇସାରିଥିବା ମନ୍ତ୍ରୀ କହିଛନ୍ତି।

PrafullaMallick

Rakesh Mallick
  • Published: Friday, 17 July 2015
  • , Updated: 17 July 2015, 05:35 PM IST

Related story