ପଳେଇବ ପସ୍କୋ! ନେଇଯାଅ ତୁମ ଜମି

ଭୁବନେଶ୍ୱର: ଓଡ଼ିଶାରେ ଆଉ ପ୍ରକଳ୍ପ କରିବନି ପସ୍କୋ। ଏନେଇ ଶେଷ ସଙ୍କେତ ଦେଇ ଦେଇଛି ପସ୍କୋ! ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ଜମି ଫେରାଇ ନେବାକୁ ଆନୁଷ୍ଠାନିକ ଭାବେ ଜଣାଇ ଦେଇଛି ଦକ୍ଷିଣ କୋରିଆର ଏହି କମ୍ପାନୀ। ସରକାର ବି ଏହି ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି ଓ ଅଧିକୃତ ଜମି ଇଡ୍‌କୋର ଲ୍ୟାଣ୍ଡ୍ ବ୍ୟାଙ୍କରେ ରହିବ ବୋଲି କହି ଦେଇଛନ୍ତି। ଆଜି ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ଜମି ଅଧିଗ୍ରହଣ ନେଇ ବକେୟା ଟଙ୍କା […]

posco

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 08:07 PM IST

ଭୁବନେଶ୍ୱର: ଓଡ଼ିଶାରେ ଆଉ ପ୍ରକଳ୍ପ କରିବନି ପସ୍କୋ। ଏନେଇ ଶେଷ ସଙ୍କେତ ଦେଇ ଦେଇଛି ପସ୍କୋ! ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ଜମି ଫେରାଇ ନେବାକୁ ଆନୁଷ୍ଠାନିକ ଭାବେ ଜଣାଇ ଦେଇଛି ଦକ୍ଷିଣ କୋରିଆର ଏହି କମ୍ପାନୀ। ସରକାର ବି ଏହି ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି ଓ ଅଧିକୃତ ଜମି ଇଡ୍‌କୋର ଲ୍ୟାଣ୍ଡ୍ ବ୍ୟାଙ୍କରେ ରହିବ ବୋଲି କହି ଦେଇଛନ୍ତି।

ଆଜି ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ଜମି ଅଧିଗ୍ରହଣ ନେଇ ବକେୟା ଟଙ୍କା ଦେବାକୁ ପସ୍କୋକୁ ଚିଠି ଲେଖିଥିଲା ଇଡ୍‌କୋ। ପସ୍କୋ କର୍ତ୍ତୃପକ୍ଷ ଏନେଇ ଶିଳ୍ପ ବିଭାଗକୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଅଧିକୃତ ଜମିରେ କଂପାନୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନାହିଁ। ପସ୍କୋ ଉକ୍ତ ଜମି ନେବାକୁ ଆଗ୍ରହୀ ନାହିଁ କି ଏବାବଦ ବକେୟା ଅର୍ଥ ଦେବାକୁ ଇଚ୍ଛୁକ ନୁହେଁ। କଂପାନୀ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ ଏହା ଅନିଶ୍ଚତା ମଧ୍ୟରେ ରହିବାକୁ ଚାହୁଁନାହିଁ।”

ଶିଳ୍ପ ମନ୍ତ୍ରୀ ଆହୁରି କହିଛନ୍ତି,“ପସ୍କୋର ଏହି ନିଷ୍ପତ୍ତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ତାଙ୍କ ଅନୁମତି କ୍ରମେ ପସ୍କୋ ପାଇଁ ଅଧିଗ୍ରହଣ କରାଯାଇଥିବା ଉକ୍ତ ଜମିକୁ ଇଡ୍‌କଲ୍‌ର ଲ୍ୟାଣ୍ଡବ୍ୟାଙ୍କରେ ରଖାଯିବ।”

ମନ୍ତ୍ରୀ କହିଛନ୍ତି,“ପସ୍କୋକୁ ୨୭୦୦ ଏକର ଜମି ଯୋଗାଇ ଦିଆଯାଇଥିଲା। ଏବାବଦକୁ ୮୨ କୋଟି ଟଙ୍କା ବକେୟା ରହିଥିଲା।”

ତେବେ ଏ ପ୍ରସଙ୍ଗରେ ପସ୍କୋ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।

Related story