ରାଜଧାନୀରେ଼ ସଂକ୍ରମଣ ଉପରମୁହାଁ, ହାଟ ଓ ବଜାରରେ ଅସମ୍ଭବ ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କଡ଼ା କଟକଣା ସତ୍ତ୍ୱେ ପାର୍ବଣ ଆରମ୍ଭ ହେଉ ହେଉ ରାଜଧାନୀରେ ଉପର ମୁହାଁ ହେଲାଣି ସଂକ୍ରମଣ। ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଆସୁଛି । ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସତ୍ତ୍ୱେ ହାଟ ଓ ବଜାରରେ ଜମୁଛି ଅସମ୍ଭବ ଗହଳି। ଏପରି ଗହଳି ଆଉ କିଛି ଦିନ ଲାଗି ରହିଲେ ତୃତୀୟ ଲହର ଆଗମନକୁ କେହି ଏଡ଼ାଇ ଦେଇ ପାରିବେ ନାହିଁ। ଭିଡ଼ ରୋକିବାକୁ  ଆଜିଠୁ ଟୁଇନ୍‌ ସିଟିରେ କମିଶନରେଟ ପୁଲିସ୍‌ ପକ୍ଷରୁ […]

Corona1

Niharika Rout
  • Published: Monday, 11 October 2021
  • , Updated: 11 October 2021, 12:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କଡ଼ା କଟକଣା ସତ୍ତ୍ୱେ ପାର୍ବଣ ଆରମ୍ଭ ହେଉ ହେଉ ରାଜଧାନୀରେ ଉପର ମୁହାଁ ହେଲାଣି ସଂକ୍ରମଣ। ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଆସୁଛି । ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସତ୍ତ୍ୱେ ହାଟ ଓ ବଜାରରେ ଜମୁଛି ଅସମ୍ଭବ ଗହଳି। ଏପରି ଗହଳି ଆଉ କିଛି ଦିନ ଲାଗି ରହିଲେ ତୃତୀୟ ଲହର ଆଗମନକୁ କେହି ଏଡ଼ାଇ ଦେଇ ପାରିବେ ନାହିଁ। ଭିଡ଼ ରୋକିବାକୁ  ଆଜିଠୁ ଟୁଇନ୍‌ ସିଟିରେ କମିଶନରେଟ ପୁଲିସ୍‌ ପକ୍ଷରୁ ଲାଗୁ ହେଉଛି ନାଇଟ କର୍ଫ୍ୟୁ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬ ଜଣଙ୍କର ମୃତ୍ୟୁ ହୋଇଛି । ୪୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୯ ଜଣ ଅଛନ୍ତି  ।

ଖୋର୍ଦ୍ଧାରୁ ସର୍ବାଧିକ ୨୦୮, କଟକରୁ ୪୮, ଜଗତସିଂହପୁରରୁ ୧୯ ପଜିଟିଭ୍ ବାହାରିଛନ୍ତି  । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୧୪୪କୁ ବୃଦ୍ଧି ପାଇଛି ।  କଟକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି,  ଭିଡ଼ କରିବା ନାହିଁ। ଆଗ ଜୀବନ, ପରେ ପାର୍ବଣ।  ତେଣୁ ପାର୍ବଣରେ କଟକଣାକୁ ମାନି ଚଳିବା ଓ ଭିଡ଼ରୁ ଦୂରେଇ ରହିବା।

ଏନେଇ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ଆମେ ଲୋକଙ୍କୁ ବୁଝାଉଛୁ, ଯାହା ପଦକ୍ଷେପ ନେବା କଥା ନେଉଛି, ଆମେ ସବୁ ପ୍ରକାର ପ୍ରସ୍ତୁତି ଚଳାଇଛି।  ଏହା ସତ୍ତ୍ୱେ ଭୁବନେଶ୍ୱରରେ କିଛି କିଛି ସ୍ଥାନରେ ସଂକ୍ରମଣ ବଢ଼ୁଛି। ଏହାକୁ ନଜରରେ ରଖିଛୁ। ଆଜି ରାତିରୁ କର୍ଫ୍ୟୁ ଲାଗୁ ହେଉଛି।  ଭିଡ଼ରୁ  ଦୂରରେ ରୁହନ୍ତୁ । ସଂକ୍ରମଣ କିଛି ମାତ୍ରାରେ ଦୂରେଇ ଯିବ ।

ଏଥିସହ ଏବେ ଅଧିକ ସଂଖ୍ୟକ ଶିଶୁଙ୍କ ଦେହ ଖରାପ ହେଉଥିବା ବେଳେ ସେମାନେ ମେଡିକାଲରେ ଆଡମିଟ ହେଉଥିବା ପ୍ରଶ୍ନର ଉତ୍ତରରେ ଡିଏମ୍‌ଇଟି କହିଛନ୍ତି, ପ୍ରତିବର୍ଷ ବର୍ଷା ଦିନେ ଓ ଶୀତ ଋତୁ ଆରମ୍ଭରେ ଛୁଆଙ୍କ ଦେହ ଖରାପ ହୋଇଥାଏ।  ସେମାନଙ୍କୁ ଜ୍ୱର ହୋଇଥାଏ। ତେଣୁ  ଏଥିପ୍ରତି ଅଭିଭାବକମାନେ ଧ୍ୟାନ ଦେବା ଉଚିତ । ପିଲାଙ୍କ ଦେହ ସାମାନ୍ୟ ଖରାପ ହେଲେ ପରୀକ୍ଷା କରି ଆବଶ୍ୟକ ମୁତାବକ ଟେଷ୍ଟ କରାଇବା ଉଚିତ।

Related story