ଉତ୍ପାଦନ କମିଛି, ଏଥର ୧୦ ଗୁଣା ବଢ଼ିବ ଆଳୁ ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଳୁ ଦର ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ଆଗାମୀ ୩ରୁ ୪ ମାସ ମଧ୍ୟରେ ଆଳୁ ଦର ୧୦ ଗୁଣା ବୃଦ୍ଧି ପାଇବ। ଅର୍ଥାତ ବର୍ତ୍ତମାନ ଆଳୁ ଦଳ ୧୦ ଟଙ୍କା ରହିଥିଲେ ୩୦ରୁ ୪୦ ଟଙ୍କା ହୋଇଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି-“ଚଳିତବର୍ଷ ଆଳୁ ଫସଲ ଖରାପ ହୋଇଛି। ସେଥିପାଇଁ ଆଳୁ ଦର ବୃଦ୍ଧି ପାଇବା ସମ୍ଭାବନା […]

patato in odisha

Rakesh Mallick
  • Published: Sunday, 25 March 2018
  • , Updated: 25 March 2018, 04:33 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଳୁ ଦର ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି। ଆଗାମୀ ୩ରୁ ୪ ମାସ ମଧ୍ୟରେ ଆଳୁ ଦର ୧୦ ଗୁଣା ବୃଦ୍ଧି ପାଇବ। ଅର୍ଥାତ ବର୍ତ୍ତମାନ ଆଳୁ ଦଳ ୧୦ ଟଙ୍କା ରହିଥିଲେ ୩୦ରୁ ୪୦ ଟଙ୍କା ହୋଇଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

ସେ କହିଛନ୍ତି-“ଚଳିତବର୍ଷ ଆଳୁ ଫସଲ ଖରାପ ହୋଇଛି। ସେଥିପାଇଁ ଆଳୁ ଦର ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ନାଫେଡ୍ ଜରିଆରେ ୪୦ରୁ ୫୦ କୋଟି ଟଙ୍କାର ଆଳୁ କିଣି ମହଜୁଦ୍‌ ରଖିବା ପାଇଁ ବ୍ୟବସ୍ଥା କରିଛନ୍ତି। ଯେଉଁ ସମୟରେ ଆଳୁ ଶଙ୍କଟ ଦେଖାଦେବ, ସେହି ସମୟରେ ବଜାରଙ୍କୁ ଆଳୁ ଯୋଗାଇ ଦିଆଯିବ।”

ସେ ଆହୁରି କହିଛନ୍ତି-“ଆଳୁ ଓ ପିଆଜ ଶଙ୍କଟ ବେଳେ କେଉଁ ହୋଲସେଲର କେତେ ମହଜୁଦ ରଖିବେ ଏଥିପାଇଁ ଏକ ଗାଇଡ଼ଲାଇନ୍‌ ପ୍ରସ୍ତୁତ କରାଯାଇଛି। ନିୟମ ଅନୁସାରେ କଟକରେ ହୋଲସେଲରମାନେ ସର୍ବାଧିକ ୫ଶହ କ୍ୱିଣ୍ଟାଲ ମହଜୁଦ ରଖିପାରିବେ। ସେହିପରି ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲାରେ ହୋଲସେଲରମାନେ ୩ ଶହ କ୍ୱିଣ୍ଟାଲ ଲେଖାଏଁ ଆଳୁ ରଖି ପାରିବେ। ଅନ୍ୟ ସବୁ ଛୋଟ ସହରର ବ୍ୟବସାୟୀ ୧୫୦ କ୍ୱିଣ୍ଟାଲ ଆଳୁ ରଖିବେ।”

Related story