ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଓ ପଟାଙ୍ଗୀ ବିଧାୟକଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ଆଜି ଆଉ ଦୁଇ ଜଣ ବିଜେଡି ନେତା ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ପଟାଙ୍ଗୀ ବିଧାୟକ ପିତମ ପାଢ଼ୀ ଓ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ। ଉଭୟେ କୋଭିଡରେ ସଂକ୍ରମିତ ହେବା ଜାଣି ଫୋନ ଯୋଗେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ଉଭୟଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ମୁଖ୍ୟମନ୍ତ୍ରୀ। ପଟାଙ୍ଗି ବିଧାୟକ ଶ୍ରୀ ପିତମ ପାଢ଼ୀ ଓ ଗଣମାଧ୍ୟମ […]

bjd

Manoranjan Sial
  • Published: Wednesday, 02 September 2020
  • , Updated: 02 September 2020, 06:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ଆଜି ଆଉ ଦୁଇ ଜଣ ବିଜେଡି ନେତା ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ପଟାଙ୍ଗୀ ବିଧାୟକ ପିତମ ପାଢ଼ୀ ଓ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ। ଉଭୟେ କୋଭିଡରେ ସଂକ୍ରମିତ ହେବା ଜାଣି ଫୋନ ଯୋଗେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ଉଭୟଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ମୁଖ୍ୟମନ୍ତ୍ରୀ।

https://twitter.com/Naveen_Odisha/status/1301126793387102209?s=20

ସେହିପରି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କୋଭିଡ ସଂକ୍ରମିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ ମଧ୍ୟ ଫୋନରେ କଥା ହୋଇଛନ୍ତି। ଏହା ପୂର୍ବରୁ ନୀଳଗିରି, ରେମୁଣା, ସାଲେପୁର, ଖଣ୍ଡପଡ଼ା, ଭୁବନେଶ୍ୱର ମଧ୍ୟ, ନୟାଗଡ଼ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ କେତେକ ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ଆଉ କିଛି କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story