କାନ୍ଦି କାନ୍ଦି କ’ଣ କହିଲେ ପ୍ରଭାତ ବିଶ୍ୱାଳ ଶୁଣନ୍ତୁ , ପଢନ୍ତୁ କେଉଁ ଡିଲ୍‌ ପାଇଁ ହୋଇଥିଲେ ଗିରଫ

କଟକ: କାନ୍ଦିଲେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ। କହିଲେ ମତେ ମିଛ କହି ଆସେନି। ଅସୁସ୍ଥତା ପାଇଁ ଚିକିତ୍ସା ହେବାକୁ କଟକ ବଡମେଡିକାଲ ଆସିଥିଲେ ପ୍ରଭାତ।ଡାକ୍ତରଙ୍କ ପରାମର୍ଶକ୍ରମେ, ଆଜି ପେଟ ଭିତରେ ସିଟି ସ୍କାନ ପାଇଁ ସେ ଆସିଥିଲେ । ଚିଟ୍‌ଫଣ୍ଡ କମ୍ପାନୀ ସି ସୋର ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଭାତ ବିଶ୍ୱାଳ।  ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ।  ଅସୁସ୍ଥତା କାରଣରୁ ତାଙ୍କୁ କୋର୍ଟରୁ ଜାମିନ ମିଳିଛି […]

ffff-1

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 10:02 PM IST

କଟକ: କାନ୍ଦିଲେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ। କହିଲେ ମତେ ମିଛ କହି ଆସେନି। ଅସୁସ୍ଥତା ପାଇଁ ଚିକିତ୍ସା ହେବାକୁ କଟକ ବଡମେଡିକାଲ ଆସିଥିଲେ ପ୍ରଭାତ।ଡାକ୍ତରଙ୍କ ପରାମର୍ଶକ୍ରମେ, ଆଜି ପେଟ ଭିତରେ ସିଟି ସ୍କାନ ପାଇଁ ସେ ଆସିଥିଲେ । ଚିଟ୍‌ଫଣ୍ଡ କମ୍ପାନୀ ସି ସୋର ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଭାତ ବିଶ୍ୱାଳ।  ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ।  ଅସୁସ୍ଥତା କାରଣରୁ ତାଙ୍କୁ କୋର୍ଟରୁ ଜାମିନ ମିଳିଛି ।  ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ଅବସରରେ ପ୍ରଭାତ ବିଶ୍ୱାଳ କହିଛନ୍ତି-ତାଙ୍କୁ ମିଛ କହି ଆସେନିଅ। ଏବେ ଅଧିକ ନିସ୍ତେଜ ଲାଗୁଛି।  ତେବେ ଆଗ ଅପେକ୍ଷା ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥା ଟିକେ ଭଲ ଥିବା ଭାଇ ଆର୍ତ୍ତତ୍ରାଣ ବିଶ୍ୱାଳ କହିଛନ୍ତି । ସିସୋର ଚିଟଫଣ୍ଡ ଲିଙ୍କ୍‌ ମାମଲାର ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ  ଗତ ସେପ୍ଟେମ୍ବର ୧୯ରେ ଗିରଫ କରାଯାଥିଲା।

ପୂର୍ବରୁ ପ୍ରଭାତଙ୍କୁ ଏକାଧିକ ଥର ସିବିଆଇ ଜେରା କରିଥିଲା। ଏହାସହ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ମଧ୍ୟ ସିବିଆଇ ନିକଟରେ ହାଜର ହୋଇଥିଲେ। ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସହିତ ପ୍ରଭାତ ଏକ ଜମି କିଣାବିକା କରିଥିଲେ ସେ।  ୨୦୧୭ ନଭେମ୍ବର ୨୬ ତାରିଖରେ ସିବିଆଇ ପକ୍ଷରୁ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କୁ ସମନ ଜାରି କରିଥିଲା।

ନଭେମ୍ବର ୨୮ ତାରିଖରେ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ତରଫରୁ ତାଙ୍କର ଜଣେ କର୍ମଚାରୀ ସିବିଆଇରେ ହାଜର ହୋଇଥିଲେ। ସିବିଆଇ ମାଗିଥିବା କାଗଜପତ୍ର ତାଙ୍କ ମାଧ୍ୟମରେ ପଠାଇ ଦିଆଯାଇଥିଲା ବୋଲି ପ୍ରଭାତ କହିଥିଲେ। ୨୦୧୪  ନଭେମ୍ବରରେ ପ୍ରଭାତ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କୁ ସିସୋର ଲିଙ୍କରେ ଜେରା କରିଥିଲା ସିବିଆଇ। ଜେରାରୁ ବାହାରିବା ପରେ ପ୍ରଭାତ ବିଶ୍ୱାଳ କହିଥିଲେ, ଏକ ଜମି କାରବାର ସଂପର୍କରେ ସିବିଆଇ ପଚରାଉଚରା କରିଥିଲା। ଯାଜପୁର ଜିଲ୍ଲା ବେଣାପୁର ଗାଁରେ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଏକ ଜମି ଥିଲା। ସେହି ଜମି ସିସୋର ଗ୍ରୁପକୁ ବିକ୍ରି କରାଯାଇଥିଲା। ୨୦୧୧ରେ ବିଳାସିନୀ ସେହି ଜମି ବିକିଥିଲେ। ସିବିଆଇ ସନ୍ଦେହ କରିଥିଲା ପ୍ରକୃତରେ ସିସୋର ଗ୍ରୁପକୁ ଜମି ବିକ୍ରି କରାଯାଇ ନଥିଲା। ପ୍ରଭାତ ବିଶ୍ୱାଳ ସିସୋର ଗ୍ରୁପରୁ ଟଙ୍କା ନେଇଥିଲେ।

ସେହି ଟଙ୍କାକୁ ଠିକ୍ ଦର୍ଶାଇବାକୁ ଜମି କାରବାରର କାଗଜପତ୍ର ପରେ ପ୍ରସ୍ତୁତ କରାଯାଇଥିବା ସିବିଆଇ ସନ୍ଦେହ କରିଥିଲା। ପ୍ରଭାତ ଓ ଲକ୍ଷ୍ମୀ ବିଳାସିନୀଙ୍କ ବ୍ୟାଙ୍କ କାରବାର ମଧ୍ୟ ଯାଞ୍ଚ କରିଥିଲା ସିବିଆଇ। ଚଳିତବର୍ଷ ଜାନୁଆରୀରେ ପ୍ରଭାତ ବିଶ୍ୱାଳଙ୍କ ସହିତ ସଂପର୍କ ଥିବା କେତେକ କଣ୍ଟ୍ରାକ୍ଟରଙ୍କୁ ସିବିଆଇ ଜେରା କରିଥିଲା। ସେମାନେ କହିଥିଲେ ଯେ, ୨୦୧୨ରେ ପ୍ରଭାତଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କୁ ସେମାନେ ଏକ ଲକ୍ଷ ଟଙ୍କା ଲେଖାଏଁ ଋଣ ଦେଇଥିଲେ। ତେବେ ସିବିଆଇର ସନ୍ଦେହ ହେଉଛି, ଏହି କଣ୍ଟ୍ରାକ୍ଟରଙ୍କ ଜରିଆରେ ସିସୋରଠାରୁ ଟଙ୍କା ନେଇଥିଲେ ଲକ୍ଷ୍ମୀ ବିଳାସିନୀ।  ଗତ ଜାନୁଆରୀ ୧୨ ତାରିଖରେ ସିବିଆଇ ସିସୋର-ପ୍ରଭାତ ବିଶ୍ୱାଳ ଲିଙ୍କରେ ରାଜ୍ୟର ୩୬ଟି ସ୍ଥାନରେ ଚଢ଼ାଉ କରିଥିଲା। ପ୍ରଭାତ ବିଶ୍ୱାଳଙ୍କ ଭୁବନେଶ୍ୱର ଓ କଟକ ବାସଭବନ ସମେତ ଅନେକ ସ୍ଥାନରେ ଚଢ଼ାଉ ହୋଇଥିଲା। ଏହି ଚଢାଉ ବେଳେ  ସିବିଆଇ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିଲା।

Related story