‘ପ୍ରଦୀପ ଓ ମୁଖ୍ୟମନ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ, ଉଭୟ ସମଦୋଷୀ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଏହି ଦୋଷରେ ଉଭୟ ସମଦୋଷୀ। କେବଳ ପ୍ରଦୀପ ନୁହନ୍ତି, ଅନ୍ୟ ନେତା ମଧ୍ୟ ବିଭିନ୍ନ ଦୁର୍ନୀତିରେ ସାମିଲ ଅଛନ୍ତି। ଯେତେବେଳେ ରାଜନୈତିକ ପାଣିପାଗ ଯାହା ସୁହାଇବ ତାହା ମୁଖ୍ୟମନ୍ତ୍ରୀ କରୁଛନ୍ତି।” ମୁଖ୍ୟମନ୍ତ୍ରୀଙ୍କ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶକୁ ନେଇ ଲେଖାଶ୍ରୀ ସାମନ୍ତସିଂହାର। ଟାଟାରେ ଚାକିରି କରାଇଦେବା ନାଁରେ ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ଠକାଇବା […]

lekhashree

Manoranjan Sial
  • Published: Tuesday, 08 December 2020
  • , Updated: 08 December 2020, 12:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଏହି ଦୋଷରେ ଉଭୟ ସମଦୋଷୀ। କେବଳ ପ୍ରଦୀପ ନୁହନ୍ତି, ଅନ୍ୟ ନେତା ମଧ୍ୟ ବିଭିନ୍ନ ଦୁର୍ନୀତିରେ ସାମିଲ ଅଛନ୍ତି। ଯେତେବେଳେ ରାଜନୈତିକ ପାଣିପାଗ ଯାହା ସୁହାଇବ ତାହା ମୁଖ୍ୟମନ୍ତ୍ରୀ କରୁଛନ୍ତି।” ମୁଖ୍ୟମନ୍ତ୍ରୀଙ୍କ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶକୁ ନେଇ ଲେଖାଶ୍ରୀ ସାମନ୍ତସିଂହାର।

ଟାଟାରେ ଚାକିରି କରାଇଦେବା ନାଁରେ ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ଠକାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଏହି ମାମଲାକୁ କ୍ରାଇମବ୍ରାଞ୍ଚ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ ତଦନ୍ତ କରୁଛନ୍ତି। ଏବେ ପ୍ରଦୀପଙ୍କ ମାମଲାର ତଦନ୍ତ  କରିବେ ଲୋକାୟୁକ୍ତ। ଗତକାଲି ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ୍‌ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟପକ୍ଷରେ ପ୍ରଦୀପଙ୍କ ଦୁର୍ନୀତିର ପେଡ଼ି ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)କୁ ଚିଠି ଲେଖିଥିଲା। ଏବେ ଇଡି ପ୍ରଦୀପଙ୍କ ଦୁର୍ନୀତି ପେଡ଼ି ଖୋଲୁଛି। ସେପଟେ ଆକାଶ ପାଠକ ଟାଟାର କର୍ମଚାରୀକୁ ନେଇ ଜାରି ରହିଥିବା ସସ୍‌ପେନ୍ସ ଉପରୁ ପର୍ଦ୍ଦା ହଟିଛି। ଟାଟା ମୋର୍ଟ ସ୍ପଷ୍ଟୀକରଣ ଦେଇ କହିଛି, ଆକାଶ ଟାଟାରେ ଚାକିରି କରି ନାହାନ୍ତି।

 

Related story