ଯାତ୍ରା ଡାଏଲଗ୍‌ ମାରିଲେ ମହାରଥୀ, କହିଲେ- ଜଗନ୍ନାଥ କହିବେ ଚାବି କେଉଁଠି ଅଛି

Ordigital Desk
  • Published: Monday, 04 June 2018
  • , Updated: 04 June 2018, 02:23 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାଏଲଗ୍ ମାଷ୍ଟର ହେଉଛନ୍ତି ଯାତ୍ରା ମହାରଥୀ ତଥା ପ୍ରଦୀପ ମହାରଥୀ। ଚଟୁଳ କଥା କହି ସବୁବେଳେ ସେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ପାଖରେ ଗମ୍ଭୀର ସମସ୍ୟାର କିଛି ଅର୍ଥ ନାହିଁ। ସବୁବେଳେ ନିଜସ୍ୱ ଶୈଳୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତର ଦେଇଥାଆନ୍ତି। ଆଜି ଏମିତି କିଛି ଡାଏଲଗ ପୁଣି ଶୁଣିବାକୁ ମିଳିଛି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ରାଜ୍ୟରେ ଆଲୋଡ଼ନ ଖେଳି ଯାଇଛି। ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କୁ ଆକ୍ରମଣ କରାଯାଉଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ମହାରଥୀ ଯାତ୍ରା ଡାଏଲଗ୍&zwnj; ମାରିଛନ୍ତି।</p> <p>ରତ୍ନଭଣ୍ଡାର ଚାବି ହଜିବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ମହାରଥୀଙ୍କୁ ପଚାରିଥିଲେ। ସେ କହିଥିଲେ-&ldquo;ଜଗତର ନାଥ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ପ୍ରଭୁଙ୍କୁ ସବୁ ଜଣା। ତାଙ୍କ ରତ୍ନଭଣ୍ଡାର ଚାବି କେଉଁଠି ଅଛି ଜଗନ୍ନାଥ ହିଁ କହିପାରିବେ। ଜଗନ୍ନାଥଙ୍କର ଅପାର ମହିମା ଅଛି। ରତ୍ନଭଣ୍ଡାର ଚୋରି ହେବାର ପ୍ରଶ୍ନ ଉଠୁନି। ସେମିତି ତ ରତ୍ନଭଣ୍ଡାରକୁ ଦେଖିଲେ ଦୂରରୁ ଲୋକେ ମୁଣ୍ଡିଆ ମାରୁଛନ୍ତି। ଚୋରି କେମିତି ହେବ? ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଲେ ସବୁ ଜଣାପଡ଼ିବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।&rdquo;</p>

Related story