ମହାରଥୀଙ୍କ ବାଣ: ଯିଏ ଅଳିଆକୁ ଯିବ, ସେ ଘଳିଆରେ ପଡ଼ିବ

Ordigital Desk
  • Published: Monday, 05 February 2018
  • , Updated: 05 February 2018, 10:24 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯିଏ ଅଳିଆକୁ ଯିବ, ସେ ଘଳିଆରେ ପଡ଼ିବ। ବିଜେଡି ନେତାଙ୍କ ଗହଣରେ, ଚିଟ୍&zwnj;ଫଣ୍ଡ କେଳେଙ୍କାରୀରେ ସଂପୃକ୍ତ ବ୍ୟକ୍ତି ବସିବା ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ସେ ଆହୁରି କହିଛନ୍ତି-&ldquo;ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଟ୍ ଆଣ୍ଡ କ୍ଳିନ୍। ଦଳର ବନ୍ଧୁମାନେ ବି ନିଟ୍ ଆଣ୍ଡ କ୍ଳିନ୍।&rdquo;</p> <p>ମୁମ୍ବାଇରେ ଅନୁଷ୍ଠିତ &ldquo;ଦି ଟଲମ୍ୟାନ୍&zwnj;-ବିଜୁ ପଟ୍ଟନାୟକ&rdquo; ପୁସ୍ତକର ଉନ୍ମୋଚନ ଉତ୍ସବରେ ସି-ସୋର୍ ମାମଲାରେ ସିବିଆଇ ଦ୍ୱାରା ଜେରା ହୋଇଥିବା ବିପିନ ବିହାରୀ ମିଶ୍ରଙ୍କ ଉପସ୍ଥିତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସଭାର ଆଗଧାଡ଼ିରେ ମନ୍ତ୍ରୀ ପ୍ରତାପ ଜେନା ଓ ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟଙ୍କ ମଝିରେ ବସିଥିଲେ ବିପିନ୍। ସେ କେବଳ ଆଗଧାଡ଼ିରେ ବସିନଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ସଭାକୁ ସ୍ୱାଗତ ମଧ୍ୟ କରିଥିଲେ।</p>

Related story