ପ୍ରଦୀପ ମହାରଥୀଙ୍କୁ କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଦୀପ ମହାରଥୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ରାତିରେ ସୋଶାଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି। ଶ୍ରୀ ମହାରାଥୀ ଫେସ୍‌ବୁକ୍‌ରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଆବଶ୍ୟକ ସ୍ଥଳେ ସେମାନଙ୍କର କରୋନା ଟେଷ୍ଟ୍ କରାଇ ନିଅନ୍ତୁ। ସୂଚନାଯୋଗ୍ୟ, ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନାରେ ଆକ୍ରାନ୍ତ ହୋଇଥିବା […]

maharathy1

Jitendra Garnayak
  • Published: Tuesday, 15 September 2020
  • , Updated: 15 September 2020, 08:18 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଦୀପ ମହାରଥୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ରାତିରେ ସୋଶାଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି।

ଶ୍ରୀ ମହାରାଥୀ ଫେସ୍‌ବୁକ୍‌ରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଆବଶ୍ୟକ ସ୍ଥଳେ ସେମାନଙ୍କର କରୋନା ଟେଷ୍ଟ୍ କରାଇ ନିଅନ୍ତୁ।


ସୂଚନାଯୋଗ୍ୟ, ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା। ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଢେଙ୍କନାଳ ବିଧାୟକ ସୁଧୀର ସାମଲ ମଧ୍ୟ କରୋନାରେ ଆକ୍ରାନ୍ତ ବୋଲି ଗତକାଲି ଜଣାପଡ଼ିଥିଲା। ତା’ପୂର୍ବରୁ ରବିବାର ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଥିଲା।

Related story