ଏଟି ମୁଖ୍ୟ ଫୋନ୍‌ରେ କଥା ହେବା ଘଟଣାରେ ଜଣେ କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର: କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଫୋନ୍‌ରେ କଥା ହେବା ଘଟଣାରେ ଭୁବନେଶ୍ୱର ଡିସିପି ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କ ନାଁ ଶଙ୍କର ବେହେରା। ପ୍ରଦୀପ ଦୀର୍ଘ ସମୟ ଧରି ଶଙ୍କରଙ୍କ ମୋବାଇଲ୍ ଫୋନ୍‌ରେ କାହା ସହିତ କଥା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଠିକ୍ ଚିକିତ୍ସା ଯୋଗାଇ ଦିଆଯାଉ ନ ଥିବା ଅଭିଯୋଗ କରି ଝାରପଡ଼ା ଜେଲ୍‌ରେ ହାତ କାଟି ଦେବା ପରେ ପ୍ରଦୀପ […]

pradip sethy

Rakesh Mallick
  • Published: Wednesday, 07 September 2016
  • , Updated: 07 September 2016, 02:43 PM IST

ଭୁବନେଶ୍ୱର: କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଫୋନ୍‌ରେ କଥା ହେବା ଘଟଣାରେ ଭୁବନେଶ୍ୱର ଡିସିପି ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କ ନାଁ ଶଙ୍କର ବେହେରା।

ପ୍ରଦୀପ ଦୀର୍ଘ ସମୟ ଧରି ଶଙ୍କରଙ୍କ ମୋବାଇଲ୍ ଫୋନ୍‌ରେ କାହା ସହିତ କଥା ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

ଠିକ୍ ଚିକିତ୍ସା ଯୋଗାଇ ଦିଆଯାଉ ନ ଥିବା ଅଭିଯୋଗ କରି ଝାରପଡ଼ା ଜେଲ୍‌ରେ ହାତ କାଟି ଦେବା ପରେ ପ୍ରଦୀପ ସେଠୀଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ମାସକୁ ଅଧିକ ବିତି ଯାଇଥିଲେ ବି ସେ ଡାକ୍ତରଖାନାରୁ ଛାଡ଼ ପାଇ ନାହାନ୍ତି। ଏସ୍‌ସିବି କର୍ତ୍ତୃପକ୍ଷ କହିଛନ୍ତି ଯେ ଏକ ଛୋଟିଆ ଅପରେସନ୍ ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖୁବ୍‌ଶୀଘ୍ର ତାଙ୍କୁ ଡିସ୍‌ଚାର୍ଜ କରାଯିବ।

Related story