‘ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ଅଡିଟ୍ ହେଉ’

ପୁରୀ(ଓଡ଼ିଶା ରିପୋର୍ଟର): ‘‘ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ଅଡିଟ୍ କରାଯାଉ। 5Tରେ ଥିବା ଦୁଇଟି T ଟ୍ରାନ୍ସପରେନ୍ସି ଓ ଟାଇମକୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ  ଲାଗୁ କରନ୍ତୁ।’’ ଏପରି ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ରତ୍ନଭଣ୍ଡାର ଖୋଲିବା ସହ ସମସ୍ତ ଅଳଙ୍କାରର ତାଲିକାକୁ ସାର୍ବଜନୀନ କରିଯାଉ। ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରର ସଠିକ ଅଡିଟ୍ […]

BJP

Tapaswini Nayak
  • Published: Tuesday, 29 October 2019
  • , Updated: 29 October 2019, 02:17 PM IST

ପୁରୀ(ଓଡ଼ିଶା ରିପୋର୍ଟର): ‘‘ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ଅଡିଟ୍ କରାଯାଉ। 5Tରେ ଥିବା ଦୁଇଟି T ଟ୍ରାନ୍ସପରେନ୍ସି ଓ ଟାଇମକୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ  ଲାଗୁ କରନ୍ତୁ।’’ ଏପରି ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ  ରତ୍ନଭଣ୍ଡାର ଖୋଲିବା ସହ ସମସ୍ତ ଅଳଙ୍କାରର ତାଲିକାକୁ ସାର୍ବଜନୀନ କରିଯାଉ। ମହାପ୍ରଭୁଙ୍କ ସମସ୍ତ ଅଳଙ୍କାରର ସଠିକ ଅଡିଟ୍ ସହ ୧୯୭୮ରେ ପ୍ରସ୍ତୁତ ତାଲିକା ଅନୁସାରେ ଅଳଙ୍କାର ମେଳ କରାଯାଉ।

ସେ ଆହୁରି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରତ୍ନ ଭଣ୍ଡାରର ଚାବି ହଜିବା କଥାକୁ ପ୍ରଶାସନ ସ୍ୱୀକାର କରିଥିଲେ। ୬ ମାସ ପରେ ତଦନ୍ତ ରିପୋର୍ଟ ଆସିଲା। କିନ୍ତୁ ଫଳ ଶୂନ। ସରକାର ଏହି ରିପୋର୍ଟକୁ ଚାପି ଦେଇଥିବା ସେ ଅଭିଯୋଗ ଆଣିଛନ୍ତି।

Related story