୫ କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ ପ୍ରକୃତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କୋର୍ଟରେ ମାନହାନୀ ମକଦ୍ଦମା  କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଓଲିଉଡ୍‌ ଅଭିନେତା ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି ପ୍ରକୃତି। ଆଜି ଏନେଇ ପ୍ରକୃତିଙ୍କ ଓକିଲ ବ୍ୟୋମକେଶ  ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥିରେ ସୋଶାଲ ମିଡିଆ ୟୁଟ୍ୟୁବକୁ ପକ୍ଷ ଭୁକ୍ତ କରାଯାଇଛି। ୟୁଟ୍ୟୁବରେ ପ୍ରକୃତିଙ୍କୁ ବାବୁଶାନଙ୍କ ପତ୍ନୀ ବିଚ୍‌ ରାସ୍ତାରେ […]

prakruti-mishra-1

  • Published: Wednesday, 24 August 2022
  • , Updated: 24 August 2022, 03:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କୋର୍ଟରେ ମାନହାନୀ ମକଦ୍ଦମା  କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଓଲିଉଡ୍‌ ଅଭିନେତା ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି ପ୍ରକୃତି। ଆଜି ଏନେଇ ପ୍ରକୃତିଙ୍କ ଓକିଲ ବ୍ୟୋମକେଶ  ତ୍ରିପାଠୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏଥିରେ ସୋଶାଲ ମିଡିଆ ୟୁଟ୍ୟୁବକୁ ପକ୍ଷ ଭୁକ୍ତ କରାଯାଇଛି। ୟୁଟ୍ୟୁବରେ ପ୍ରକୃତିଙ୍କୁ ବାବୁଶାନଙ୍କ ପତ୍ନୀ ବିଚ୍‌ ରାସ୍ତାରେ ଛୁଟି ଘୋଷାଡ଼ି ମାଡ଼ ମାରିବାର ଭିଡିଓ ସହ ଅନେକ ପ୍ରକାରର ଅପମାନଜନକ ଭିଡିଓ ଥିବାରୁ ଉକ୍ତ ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଛି। ୟୁଟ୍ୟୁବରୁ ଏହି ସବୁ ଭିଡିଓ ହଟେଇବାକୁ ଆବେଦନରେ କୁହାଯାଇଛି।

ପ୍ରକୃତିଙ୍କ ଓକିଲ ଆହୁରି କହିଛନ୍ତି, ଏହା ଏକ ଘରୋଇ ସମସ୍ୟା। କୋର୍ଟ କଚେରିରେ ଏହା ସମାଧାନ ହୋଇପାରିବ ନାହିଁ ବୋଲି ପ୍ରକୃତିଙ୍କ ବାପା କହିଥିଲେ। ହେଲେ ମାସେ ଅପେକ୍ଷା କରିବା ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରିଲା ନାହିଁ। ୧୬ ତାରିଖରେ ଆମେ ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ ପତ୍ର ଦେଇଥିଲୁ। ପୁଲିସ ଠାରୁ ନ୍ୟାୟ ମିଳିଲା ନାହିଁ। ଯେଉଁ କାରଣରୁ ଗତକାଲି ହାଇକୋର୍ଟରେ ମାମଲା ରୁଜୁ କରିଛୁ।

ତେବେ ଏବେ ବି ସମାଧାନର ଦ୍ୱାର ଖୋଲା ଅଛି। ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନର ବାଟ ବାହାରିବ। ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।

ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁରଙ୍କ ନାଁରେ ଏତଲା  ଦେବା ପରେ ବି କମିଶନରେଟ୍‌ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ପ୍ରକୃତି ଗତକାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, କିଛିଦିନ ତଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନ୍‌ ଗୋଟିଏ କାର୍‌ରେ ଯାଉଥିଲେ। ତେବେ ସେମାନଙ୍କୁ ବିଚ୍‌ ରାସ୍ତାରେ ବାବୁଶାନଙ୍କ ପତ୍ନୀ ତୃପ୍ତି ଅଟକାଇ ମାଡ଼ ମାରିଥିଲେ। ଏପରି କି ପ୍ରକୃତିଙ୍କ ଚୁଟି ଟାଣି ମାଡ଼ ମାରୁଥିବା ବେଳର ଭିଡିଓ ଭାଇରାଲ୍‌ ହୋଇଥିଲା। ଏହି ଘଟଣାକୁ ନେଇ ପ୍ରକୃତିଙ୍କ ବାପା ମା’ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲାରେ ତୃପ୍ତି ଓ ତୃପ୍ତିଙ୍କ ବାପାଙ୍କ ନାଁରେ ଅଭିଯୋଗ ରହିଥିଲା। ଉଭୟ ପ୍ରକୃତିକୁ ମାଡ଼ ମାରିଥିବା ଏତଲାରେ କୁହାଯାଇଥିଲା।

Related story