ଇଏବି ଜଣେ ‘କରୋନା’ ଯୋଦ୍ଧା, ଚିତ୍ରରେ ଦେଉଛନ୍ତି ବାର୍ତ୍ତା

ବାଲିଗୁଡ଼ା (ଅଜିତ ନାୟକ): ଇଏ ଜଣେ ‘କରୋନା’ ଯୋଦ୍ଧା। ତାଙ୍କ ହାତରେ ସିନା ଷ୍ଟେଥୋସ୍କୋପ୍‌ ନାହିଁ, ହେଲେ ଅଛି ତୂଳୀ ଓ ରଙ୍ଗ। ତାକୁ ଧରି କରୁଛନ୍ତି ‘କରୋନା’ ବିରୋଧରେ ଲଢ଼େଇ। ସେ ପ୍ରତିଦିନ ଲୋକଙ୍କୁ ଦେଉଛନ୍ତି ‘କରୋନା’ ନେଇ ସଚେତନତାର ବାର୍ତ୍ତା। ଏମିତି ଜଣେ ଯୋଦ୍ଧା ହେଉଛନ୍ତି କନ୍ଧମାଳ ଜିଲ୍ଲା ଆଦିବାସୀ ଲଣ୍ଡା ଗାଁର ଯୁବକ ପ୍ରମୋଦ ଦଣ୍ଡିଆ। ସେ ପେଶାରେ ଜଣେ ଚିତ୍ରକର। ହେଲେ ‘କରୋନା’ ଲଢ଼େଇରେ ସେ ନିଜକୁ ସାମିଲ କରିଛନ୍ତି। ସେ […]

panting

Manoranjan Sial
  • Published: Saturday, 25 April 2020
  • , Updated: 25 April 2020, 09:39 PM IST

ବାଲିଗୁଡ଼ା (ଅଜିତ ନାୟକ): ଇଏ ଜଣେ ‘କରୋନା’ ଯୋଦ୍ଧା। ତାଙ୍କ ହାତରେ ସିନା ଷ୍ଟେଥୋସ୍କୋପ୍‌ ନାହିଁ, ହେଲେ ଅଛି ତୂଳୀ ଓ ରଙ୍ଗ। ତାକୁ ଧରି କରୁଛନ୍ତି ‘କରୋନା’ ବିରୋଧରେ ଲଢ଼େଇ। ସେ ପ୍ରତିଦିନ ଲୋକଙ୍କୁ ଦେଉଛନ୍ତି ‘କରୋନା’ ନେଇ ସଚେତନତାର ବାର୍ତ୍ତା। ଏମିତି ଜଣେ ଯୋଦ୍ଧା ହେଉଛନ୍ତି କନ୍ଧମାଳ ଜିଲ୍ଲା ଆଦିବାସୀ ଲଣ୍ଡା ଗାଁର ଯୁବକ ପ୍ରମୋଦ ଦଣ୍ଡିଆ। ସେ ପେଶାରେ ଜଣେ ଚିତ୍ରକର। ହେଲେ ‘କରୋନା’ ଲଢ଼େଇରେ ସେ ନିଜକୁ ସାମିଲ କରିଛନ୍ତି।

ସେ କହିଛନ୍ତି-“ମୁଁ ଜଣେ ଛୋଟ କଳାକାର। ଧନୀ ବ୍ୟକ୍ତିଙ୍କ ପରି ମୁଁ ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କୁ ସାହାଯ୍ୟ କରିପାରିବୁନାହିଁ। ସେଥିପାଇଁ କରୋନା ସମ୍ପର୍କରେ ସଚେତନତା କରିବା ପାଇଁ ଗାଁକୁ ଗାଁ ବୁଲି ଚିତ୍ର ଆଙ୍କୁଛୁ। ସମଦୂରତା ବ୍ୟବଧାନ ରଖିବାକୁ ପରାମର୍ଶ ଦେଉଛି। ଦୀର୍ଘ ୧୨ ଦିନ ହେଲା ବାଲିଗୁଡ଼ା ବ୍ଲକରେ ବିଭିନ୍ନ ପଞ୍ଚାୟତରେ ୬୦ରୁ ୭୦ଟି ୱାଲ୍‌ ପେଣ୍ଟିଂ କରିସାରିଛି। ସବୁ ପେଣ୍ଟିଂ ନିଜ ଅର୍ଥ କରୁଛି। ଗୋଟିଏ ପେଣ୍ଟିଂ କରିବାକୁ ପ୍ରାୟ ୬୦୦ରୁ ୭୦୦ ଟଙ୍କା ଖର୍ଚ୍ଚ ହେଉଛି। ମୋ ପରି ଆମ ଜିଲ୍ଲାରେ ଥିବା ଅନ୍ୟ ପେଣ୍ଟରମାନେ ମଧ୍ୟ ସଚେତନତା କରୁଛନ୍ତି।”

Related story