ଏବେ ଯିବେନି ପ୍ରସାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେପୁର ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ପ୍ରସାଦ ହରିଚନ୍ଦନ। ତେବେ ଏଆଇସିସି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିନଥିବା ଜଣାପଡ଼ିଛି। ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ପ୍ରସାଦ  ହରିଚନ୍ଦନ ୨୦୧୯ ଯାଏଁ ସଭାପତି ପଦରେ ରହିବେ। ରାହୁଲ ଏବେ ପିସିସି ସଭାପତି ପରିବର୍ତ୍ତନ କରିବେନି।” ସନ୍ଧ୍ୟା ମହାପାତ୍ର କହିଛନ୍ତି,“ ଆଗକୁ ଆସୁଛି ନିର୍ବାଚନ। ଆଠ ନଅ […]

pcc

Rakesh Mallick
  • Published: Saturday, 10 March 2018
  • , Updated: 10 March 2018, 02:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେପୁର ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ପ୍ରସାଦ ହରିଚନ୍ଦନ। ତେବେ ଏଆଇସିସି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିନଥିବା ଜଣାପଡ଼ିଛି। ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ପ୍ରସାଦ  ହରିଚନ୍ଦନ ୨୦୧୯ ଯାଏଁ ସଭାପତି ପଦରେ ରହିବେ। ରାହୁଲ ଏବେ ପିସିସି ସଭାପତି ପରିବର୍ତ୍ତନ କରିବେନି।”

ସନ୍ଧ୍ୟା ମହାପାତ୍ର କହିଛନ୍ତି,“ ଆଗକୁ ଆସୁଛି ନିର୍ବାଚନ। ଆଠ ନଅ ମାସରେ ନୂଆ ସଭାପତି କାମ କରି ପାରିବେନି। ଏଆଇସିସି ପ୍ରସାଦଙ୍କ ଇସ୍ତଫା ଗ୍ରହଣ କଲେ ନାହିଁ।”

ଆହୁରି ପଢ଼ନ୍ତୁ- ପିସିସି ସଭାପତି ପଦରୁ ଇସ୍ତଫା ଦେଲେ ପ୍ରସାଦ ହରିଚନ୍ଦନ!

ପ୍ରସାଦ ପଦ ଛାଡ଼ିବା କଥା ସ୍ପଷ୍ଟ କଲେ ସୁର; କହିଲେ, ୩ ନେତା ପଛରୁ ଛୁରି ମାରିଲେ

Related story